ରାତି ଅଧରେ କବାଟ ଭାଙ୍ଗି ଘରେ ପଶିଲେ, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

Published By : Prameya-News7 Bureau | November 23, 2022 IST

ସୋର ୨୩/୧୧ :  କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ୩୦ହଜାର ଟଙ୍କା ଲୁଟ୍। ସିମୁଳିଆ ଥାନା ଶ୍ୟାମସୁନ୍ଦରପୁର ଗ୍ରାମରେ ବିଳମ୍ବିତ ରାତିରେ ଘଟିଛି ଏମିତି ଅଘଟଣ।  ସେହି ଗାଁରେ ରହୁଥିବା  ମନୋରଞ୍ଜନ ବଳ ତାଙ୍କ ଝିଅ ବାହାଘର ପାଇଁ ସୁନା ଗହଣା ନଗଦ ଟଙ୍କା ରଖିଥିଲେ, ଯାହା ଚୋରି ହୋଇଯାଇଥିବା ନେଇ ସେ ଅଭିଯୋଗ କରିଛନ୍ତି।

ପରିବାର ଲୋକେ ରାତିରେ ବାହାରକୁ ଉଠିବାବେଳେ ତାଙ୍କର କବାଟ ଭଙ୍ଗା ଯାଇଥିବାର ଦେଖିବାକୁ ପାଇଥିଲେ। ପରେ ଘରେ ଭିତରେ ଥିବ ଆଲମାରୀ ଭାଙ୍ଗି 6ହଳ କାନ ଫୁଲ, ମୁଦି ୧୨ହଳ, ୩ ହଳ ଚେନ୍ ସହ  ମଙ୍ଗଳସୁତ୍ର ଆଦି ବିଭିନ୍ନ ଜିନିଷ ପତ୍ର ଚୋରି କରି ନେଇଯାଇଥିଲେ।  ସିମୁଳିଆ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛନ୍ତି।

ଅନ୍ୟପଟେ ସିମୁଳିଆ ଥାନା ଅଞ୍ଚଳରେ ଏମିତି ଘଟଣା ବାରମ୍ବାର ଘଟୁଥିବାବେଳେ ପୋଲିସର ନିଷ୍କ୍ରିୟତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.