ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଦୁଇ ମହିଳାଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟ୍ କଲେ ଦୁର୍ବୃତ୍ତ

5/06/2019 at 8:34 AM

ଚୌଦ୍ବାର ୫|୬: ଚୌଦ୍ବାର ଥାନା ଅନ୍ତର୍ଗତ ଜାତୀୟ ରାଜପଥ କଡରେ ଦୁଇ ମହିଳାଙ୍କୁ ଆକ୍ରମଣ କରି  ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ନଖରା ପଂଚାୟତର ଚାଞ୍ଚୁଅ ଗ୍ରାମର ପ୍ରତିମା ସାହୁ ଓ ରଶ୍ମିରେଖା ଦାସ ଗ୍ରାମର ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କଠୁ ଋଣ ବାବଦ ଟଙ୍କା ଆଦାୟ କରି ଚୌଦ୍ବାର ନୁଁଟିକିରିରେ ଥିବା ଉଜ୍ଜୀବନ ବ୍ୟାଙ୍କରେ ଡିପୋଜିଟ୍ କରିବାକୁ ଚାଲି ଚାଲି ଆସୁଥିଲେ।

ଅପରାହ୍ନ ପ୍ରାୟ ୫ଟା ବେଳେ ହାଇଲେବଲ କେନାଲର ପୁରୁଣା ଚାଉଳିଆ ପୋଲ ନିକଟରେ ଦୁଇଟି ବୁଲେଟ୍‌ରେ ୪ଜଣ ଯୁବକ ଆସି ମହିଳା ଦୁଇଜଣଙ୍କୁ ଆକ୍ରମଣ କରିଥିଲେ। ଦୁଇଜଣଙ୍କୁ ଗୋଇଠା ମାରିବା ସହ ଟଙ୍କା ବ୍ୟାଗ୍ ଧରି ବୁଲେଟରେ ପଳାଇଥିଲେ  । ବ୍ୟାଗରେ ଆଦାୟ ହୋଇଥିବା ଏକ ଲକ୍ଷ ଏକ ହଜାର ତିନି ଶହ ଟଙ୍କା ଥିଲା । ସେମାନଙ୍କ ଚିତ୍କାର ଶୁଣି ଲୋକ ମାନେ ଆସି ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ଉଭୟ ମହିଳାଙ୍କୁ ଥାନାକୁ ନେଇ ପଚରାଉଚରା କରି ରାତି ପ୍ରାୟ ୧୦ଟା ବେଳେ ଛାଡିଥିଲେ ।

ମହିଳାମାନଙ୍କୁ ବିନା ସୁରକ୍ଷାରେ ଏତେ ଟଙ୍କା ଆଦାୟ କରି ଜମା କରିବାକୁ ଛାଡିବା ଘଟଣା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଭୂମିକା ଉପରେ ସନ୍ଦେହ ସୃଷ୍ଟି ହୋଇଛି । ଗତ ୨୦ ଦିନ ତଳେ ମଧ୍ୟ ଏହି ବ୍ୟାଙ୍କର ଜଣେ ମହିଳା କର୍ମଚାରୀଙ୍କଠୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିଲା । ଏ ବିଷୟରେ ଥାନାକୁ ଆସିଥିବା ବ୍ୟାଙ୍କ ମ୍ୟାନେଜର କିଛି କହିବାକୁ ମନା କରିଥିଲେ।

   Related Posts