ଛାତ୍ରୀ ନିବାସରେ ବୁଲାଇଲେ କଳାକନା, କବାଟ-ଝରକା ତାଡ଼ି ଲୁଟିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | May 28, 2024 IST

ବଡ଼ବିଲ ୨୮।୫: କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ସେରେଣ୍ଡା ପଞ୍ଚାୟତରେ ଥିବା କାଶିଆ ଭଦ୍ରାସାହି ଉଚ୍ଚ ବିଦ୍ୟାଳୟ ଜନଜାତି ଛାତ୍ରୀନିବାସରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଗ୍ରୀଷ୍ମ ଛୁଟି ଯୋଗୁଁ ହଷ୍ଟେଲ ବନ୍ଦ ରହିଥିବା ବେଳେ, ହଷ୍ଟେଲର କବାଟ-ଝରକା ତାଡ଼ି ଦୃର୍ବୃତ୍ତ ଭିତରେ ପଶିବା ପରେ ସେଠାରେ ଥିବା ଛାତ୍ରୀମାନଙ୍କର ବାକ୍ସ ଗୁଡ଼ିକ ତଡ଼ା ଯାଇଥିବା ଦେଖିବାକୁ ମିଳିଛି । 

ସେହିପରି ପୋଷାକପତ୍ର ଏବଂ ଅନ୍ୟ ଆସବାବପତ୍ର ଏଣେତେଣେ ବିଛାଡ଼ି ହୋଇପଡ଼ିଛି । ତେବେ ଏଠାରୁ କେତେ କ'ଣ ଚୋରି ହୋଇଛି ତାହା ଜଣାପଡିନାହିଁ । ଖବର ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଛାତ୍ରୀ ନିବାସରେ ପହଞ୍ଚି ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ଏନେଇ ବଡ଼ବିଲ ପୋଲିସକୁ ଖବର ଦିଆଯାଇଛି । ଆଗରୁ ମଧ୍ୟ ଏହି ହଷ୍ଟେଲରେ ସମାନ ଢଙ୍ଗରେ ଚୋରି ହୋଇଥିଲା । ୨ ଜଣ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରିବା ସହ ସିସିଟିଭି ଲଗାଇବା ପାଇଁ ଲୋକେ ଦାବି କରିଛନ୍ତି ।

You Can Read :

ପାଟଣା ଓ ଚମ୍ପୁଆ ରେଞ୍ଜରେ ହାତୀ ପଲଙ୍କ ଉପଦ୍ରବ, ଭାଙ୍ଗିଦେଲେ ପାଚେରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.