Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ମାତିଲେ ଲୁଟେରା, ବାଇକ୍ ଡିକି ଭାଙ୍ଗି ଲୁଟିନେଲେ ଭତ୍ତା ଟଙ୍କା

15/07/2022 at 11:27 AM

ଆଠଗଡ : କଟକ ଜିଲ୍ଲା ନରସିଂହପୁରରେ ପୁଣି ମାତିଲେ ଲୁଟେରା । ମୁଖ୍ୟ ବଜାର ଉପରେ ଥିବା ୟୁକୋ ବ୍ୟାଙ୍କ ସାମ୍ନାରୁ ଡିକି ଭାଙ୍ଗି ଭତ୍ତା ବଣ୍ଟନ ପାଇଁ ନିଆଯାଉଥିବା ୧ ଲକ୍ଷ ୨ ହଜାର ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ । 

ସୂଚନାଯୋଗ୍ୟ  ଯେ, ନରସିଂହପୁର ବ୍ଲକ୍ ଅନ୍ତର୍ଗତ ଜୟମଙ୍ଗଳ ପଞ୍ଚାୟତରେ ଭତ୍ତା ବଣ୍ଟନ ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଅଭେଦ କୁମାର ରାଉତରାୟ ଭତ୍ତା ବଣ୍ଟନ ପାଇଁ ୧ ଲକ୍ଷ ୨ ହଜାର ଟଙ୍କା ଉଠାଇ ବାଇକ୍ ଡିକିରେ ରଖି ସାମ୍ନା ଦୋକାନକୁ  ଯାଇଥିଲେ । ସେହି ସମୟରେ  ୨ ଜଣ ଦୁର୍ବୃତ୍ତ ଜଣେ ବାଇକ୍ ଷ୍ଟାର୍ଟରେ ଥିବାବେଳେ ଆଉ ଜଣେ ଦୁର୍ବୃତ୍ତ ବାଇକ୍ ଡିକି ଭାଙ୍ଗି ୧ ଲକ୍ଷ ୨ ହଜାର ଟଙ୍କା ଲୁଟି ନେଇ କଟକ-ନରସିଂହପୁର ମୁଖ୍ୟ ରାସ୍ତାର ପଞ୍ଚମୁଖୀ ଛକ ଆଡ଼କୁ ଦ୍ରୁତ ଗତିରେ ପଳାଉଥିଲେ । ଏହାର ଭିଡିଓ ୟୁକୋ ବ୍ୟାଙ୍କ କ୍ୟାମେରାରେ କଏଦ ହୋଇଛି।  ଏ ନେଇ ଅଭେଦ ରାଉତରାୟ  ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ୧୪୦/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ନରସିଂହପୁର ପୋଲିସ ।

   Related Posts