ଗାଡି ଡିକି ଭାଙ୍ଗି ୩ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ଝିଅ ବାହାଘର ପାଇଁ ବ୍ୟାଙ୍କରୁ ଉଠାଇଥିଲେ ଟଙ୍କା
6/06/2019 at 3:26 PM

ଯାଜପୁର ୬|୬: ଗାଡ଼ି ଡିକି ଭାଙ୍ଗି ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଦିନ ଦ୍ବିପ୍ରହରରେ ଥାନା ସମ୍ମୁଖରୁ ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ଏନେଇ ଟାଉନ ଥାନାରେ ଏତଲା ଦିଆଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଯାଜପୁର ନିକଟସ୍ଥ ବୃନ୍ଦାବନପୁର ଗ୍ରାମର ରବିନାରାୟଣ ରଥ ତାଙ୍କ ଝିଅ ବାହାଘର ପାଇଁ ଷ୍ଟେଟବ୍ୟାଙ୍କରୁ ଟଙ୍କା ଉଠାଇ ଗାଡ଼ିର ଡିକିରେ ରଖିଥିଲେ । ଯାଜପୁର ଟାଉନ ଥାନା ସମ୍ମୁଖରେ ଥିବା ଏକ ଦେକାନକୁ କୌଣସି କାର୍ଯ୍ୟରେ ଯାଇଥିଲେ । କାର୍ଯ୍ୟ ସାରି ଫୋରି ଦେଖନ୍ତି ତ ତାଙ୍କ ଗାଡ଼ିର ଡିକି ଭାଙ୍ଗି କେହି ଦୁର୍ବୃତ୍ତ ଟଙ୍କା ଲୁଟି ନେଇଛନ୍ତି ।

ଏହି ଘଟଣାକୁ ନେଇ ରବିନାରାୟଣ ନିକଟସ୍ଥ ଯାଜପୁର ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ କରୁଛି ।
Related Posts
ପୂର୍ବ ଶତୃତାରୁ ମରଣାନ୍ତରକ ଆକ୍ରମଣ; ଅଭିଯୁକ୍ତ ଗିରଫ
4 February 2023
ବାଘ ମଣିଷ ମୁହାଁମୁହିଁ : ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି
4 February 2023