oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ବିଷ ପକାଇ ପୋଖରୀରୁ ମାଛ ମାରିଦେଲେ ଦୁର୍ବୃତ୍ତ, ୧୦ଏକର ପୋଖରୀରେ ମହିଳାମାନେ କରିଥିଲେ ଚାଷ

1/08/2022 at 5:06 PM

ମାର୍ଶାଘାଇ ୧।୮: ସରକାର ଗ୍ରାମାଞ୍ଚଳର ମହିଳାମାନଙ୍କୁ ସ୍ବାବଲମ୍ବୀ କରାଇବା ପାଇଁ ମିଶନ ଶକ୍ତି ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଯୋଗାଇ ଦେଉଛନ୍ତି । ଏହି ଅର୍ଥକୁ ବିନିଯୋଗ କରି ମହିଳାମାନେ ସ୍ବାବଲମ୍ବୀ ହେଉଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକରେ ସ୍ବୟଂ ସହାୟକ ଗୋଷ୍ଠୀ ଅର୍ଥ ବିନିଯୋଗ କରିଥିବା ସ୍ଥାନରେ ଦେଖାଯାଇଛି ଅଭାବନୀୟ ଘଟଣା ।

କେନ୍ଦ୍ରାପଡା ଜିଲ୍ଲା ଗରଦପୁର ପଞ୍ଚାୟତର ଦିଗି ପୋଖରୀରେ ଆଶୁତୋଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଅର୍ଥ ବିନିଯୋଗ କରି ମାଛ ଚାଷ କରିଥିଲେ । ୧୦ ଏକର ପୋଖରୀରେ ଭାକୁର, ରୋହି ଭଳି ଦେଶୀ ମାଛ ଚାଷ କରିଥିଲେ ଏହି ମହିଳାମାନେ ।  ରବିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଏହି ପୋଖରୀରେ ବିଷ ପକାଇ ଦେଇଥିବାରୁ ସକାଳୁ ସକାଳୁ ପୋଖରୀରେ ମାଛ ମରି ଭାସୁଥିବା ଲୋକମାନେ ଦେଖିବାକୁ ପାଇଥିଲେ । ପରେ ଖବର ପାଇ ଗୋଷ୍ଠୀର ସଦସ୍ୟମାନେ ଏହି ପୋଖରୀ ନିକଟରେ ପହଞ୍ଚି ମାଛ ମରି ଭାସୁଥିବା ଦେଖିବା ପରେ ଅଜଣା ଦୁର୍ବୃତ୍ତଙ୍କ ନାମରେ ପାଟକୁରା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

   Related Posts