ଜାମିନରେ ଆସିଥିବା ଅଭିଯୁକ୍ତ ଉପରକୁ ଗୁଳିମାଡ, ୪ ରାଉଣ୍ଡ ଗୁଳି ଫୁଟାଇଲେ ଦୁର୍ବୃତ୍ତ

Published By : Prameya-News7 Bureau | December 11, 2020 IST

ଭୁବନେଶ୍ବର ୧୧।୧୨: ଭୁବନେଶ୍ବର କଳିଙ୍ଗବିହାର ଅଞ୍ଚଳରେ ଗୁଳିକାଣ୍ଡ ହୋଇଛି । ଜାମିନରେ ଆସିଥିବା ଅଭିଯୁକ୍ତ ସଞ୍ଜୟ ଖୁଣ୍ଟିଆଙ୍କୁ ଗୁଳିମାଡ କରିଛନ୍ତି ଦୁର୍ବୃତ୍ତ । ଗୁଳିମାଡରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସଞ୍ଜୟ । ବାଇକରେ ଆସି ୩ ଦୁର୍ବୃତ୍ତ ୪ ରାଉଣ୍ଡ ଗୁଳିମାଡ କରିଥିବା ଜଣାପଡିଛି । କଳିଙ୍ଗ ବିହାର କେ-୪ ଲକ୍ଷ୍ମୀମଣ୍ଡପ ସମ୍ମୁଖରେ ଗୁଳିକାଣ୍ଡ ହୋଇଛି । ଘଟଣାସ୍ଥଳରୁ ତମାଣ୍ଡୋ ଥାନା ପୋଲିସ ଗୋଟିଏ ଖୋକା ଜବତ କରିଛି । ତେବେ ଗୁଳିମାଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଘଟଣାସ୍ଥଳରେ ପୋଲିସ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.