ଭଦ୍ରକ ବାସୁଦେବପୁର ଆର୍ତ୍ତୁଙ୍ଗ ଗାଁରେ ପୋଲିସ ଉପରକୁ ଗୁଳିମାଡ ; ଅଳ୍ପକେ ବର୍ତ୍ତିଲେ ଥାନା ଅଧିକାରୀ ଓ ଏଏସଆଇ

Published By : Prameya-News7 Bureau | November 14, 2018 IST

ଭଦ୍ରକ ୧୪|୧୧:  ଭଦ୍ରକ ଜିଲ୍ଲା ବାସୁଦେବପୁର ଆର୍ତ୍ତୁଙ୍ଗ ଗାଁରେ ପୋଲିସ ଉପରକୁ ଗୁଳିମାଡ ହୋଇଛି । ଅଳ୍ପକେ ବର୍ତ୍ତିଯାଇଛନ୍ତି ଥାନା ଅଧିକାରୀ ଓ ଜଣେ ଏଏସଆଇ । ଗାଁରେ ଜଣଙ୍କ ଘରେ କିଛି ଡକାୟତ ଲୁଟପାଟ କରିବା ପାଇଁ ଯୋଜନା କରୁଥିବା ପୋଲିସ ଖବର ପାଇଥିଲା । ଡକାୟତଙ୍କୁ ଧରିବାକୁ ପୋଲିସ ଚଢାଉ କରିଥିବାବେଳେ ସେହି ସମୟରେ ଗୁଳିମାଡ କରିଥିଲେ ଦୁର୍ବୃତ୍ତ । ପୋଲିସ ଜଣଙ୍କୁ କାବୁ କରିଥିବାବେଳେ ଆଉ ଦୁଇ ଜଣ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଛି । ଫେରାର ଦୁଇ ଡକାୟତ ଗାଁ ଭିତରେ ଲୁଚି ରହିଥିବା ସନ୍ଦେହରେ ଗାଁରେ ପୋଲିସ ଛାଉଣୀ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.