ଲଜ୍ଜା: ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ

Published By : Prameya-News7 Bureau | March 08, 2020 IST

କଟକ, ୦୮|୦୩:  କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି।  ସିଢେ। ପଂଚାୟତର ତାରିଣୀଛକ ନିକଟରେ ଥିବା ଗାନ୍ଧୀ ମୂର୍ତ୍ତିକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଜଣାପଡିଛି।

ସିଢୋ ପଞ୍ଚାୟତର ତାରିଣୀ ଛକରେ ଥିବା ଗାନ୍ଧୀ ମୂର୍ତ୍ତିକୁ କେହି ଭାଙ୍ଗି ଦେଇଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଦୁର୍ବୃତ୍ତମାନଙ୍କର ଏଭଳି ହୀନ ମାନସିକତାକୁ ସାଧାରଣ ଲୋକେ ଘୋର ନିନ୍ଦା କରିଛନ୍ତି। କିନ୍ତୁ ସ୍ଥାନୀୟ ଲୋକେ ଦୁର୍ବୁତ୍ତଙ୍କ ଭୟରେ ମୁହଁ ଖୋଲୁ ନାହାନ୍ତି।

ତେବେ ପୋଲିସ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି। ଆଉଜଣେ ଜଣେ ଫେରାର ଥିବା ଜଣାପଡିଛି। ଗିରଫ ଦୁଇ ଜଣ ହେଲେ ସ୍ଥାନୀୟ ଅଞ୍ଚଳର  ଅବିନାଶ ମହାନ୍ତି ଓରଫ ବିଗନ ଏବଂ  ଦେବାଶିଷ ବଳ ଓରଫ ଦିପୁ।  ଏମାନେ ମଦ ପିଇ ଏଭଳି ଘଟଣା ଘଟାଇ ଥିବାର ପୋଲିସ ସୂଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.