ବିଳମ୍ବିତ ରାତିରେ ଘର କବାଟ ଭାଙ୍ଗି ଚୋରି ଉଦ୍ୟମ, ସିସିଟିଭି ଭାଙ୍ଗିଦେଲେ ଦୁର୍ବୃତ୍ତ

Published By : Prameya-News7 Bureau | November 17, 2021 IST

ଧର୍ମଗଡ ୧୭।୧୧: ଘର କବାଟ ଭାଙ୍ଗି ଘରୁ ଚୋରି ଉଦ୍ୟମ କଲେ ଲୁଟେରା ।  ସିସିଟିଭି ଭାଙ୍ଗିଦେଇଛନ୍ତି ଦୁର୍ବୃତ୍ତ । କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ଡୁରକାଠେଙ୍ଗା ଗାଁର ରାଜେଶ ଅଗ୍ରୱାଲଙ୍କ ଘରେ ପଶି ମଙ୍ଗଳବାର ବିଳମ୍ବିତ ରାତିରେ ଘର କବାଟ ଭାଙ୍ଗି ଡକାୟତି ଉଦ୍ୟମ କରୁଥିଲା । ସେହି ସମୟରେ ଘରେ ଶୋଇଥିବା ରାଜେଶ ଅଗ୍ରୱାଲ ଚିତ୍କାର କରିବାରୁ ପାଖ ଘରେ ଶୋଇଥିବା ତାଙ୍କ ଭାଇ ଚିତ୍କାର ଶୁଣି ଦୌଡ଼ି ଆସିଥିଲେ । ଫଳରେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏନେଇ ଆମପାଣି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଆମପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.