ATM ଲୁଟ୍ ଉଦ୍ୟମ ବିଫଳ, ସିସିଟିଭି ପରେ ଏଟିଏମ୍ ଭାଙ୍ଗିବାକୁ ଉଦ୍ୟମ କରିଥିଲା ଦୁର୍ବୃତ୍ତ
26/02/2020 at 2:05 PM

ରାଇରଙ୍ଗପୁର ୨୬।୨: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଏଟିଏମ ଭାଙ୍ଗି ଲୁଟ୍ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ରାଇରଙ୍ଗପୁର ଟାଉନ ଥାନା ଗୋରୁମହିଷାଣି ଛକରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ କରିଥିଲେ ଜଣେ ମୁଖାପିନ୍ଧା ଦୁର୍ବୃତ୍ତ ।

ଦୁର୍ବୃତ୍ତ ଜଣଙ୍କ ପ୍ରଥମେ ସିସିକ୍ୟାମେରା ଭାଙ୍ଗିଥିଲେ । ତାପରେ ଲୁହାଛଡ଼ ଓ ପଥର ସାହାଯ୍ୟରେ ଏଟିଏମ ଭାଙ୍ଗୁଥିବାର ଜଣାପଡିଛି । ତେବେ ଭାଙ୍ଗିବା ଶବ୍ଦ ଶୁଣି ଘର ମାଲିକ ରଞ୍ଜନ ସେଠି ଏଟିଏମ ପାଖକୁ ଆସିଥିଲେ । ସେ ଏଟିଏମ ନିକଟକୁ ଆସିବାରୁ ଦୁର୍ବୃତ୍ତ ଜଣଙ୍କ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିବା ସହ ଫେରାର ହୋଇଯାଇଥିଲେ ।

ଉକ୍ତ ଏଟିଏମରେ ୧୧ଲକ୍ଷ ଟଙ୍କା ଥିବାର ଜଣାପଡିଛି । ତାଙ୍କ ପାଟି ଶୁଣି ଅନ୍ୟଲୋକମାନେ ସେଠାରେ ରୁଣ୍ଡ ହୋଇଯାଇଥିଲେ । ଫଳରେ ଲୁଟ ଉଦ୍ୟମ ବିଫଳ ହୋଇଛି । ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ଜାରି ରହିଛି ।