ଏଟିଏମରୁ ଲୁଟ୍ ଉଦ୍ୟମ ପଣ୍ଡ, ସାଇରନ୍ ବାଜିବାରୁ ଫେରାର ହୋଇଗଲେ ଚୋର
16/06/2019 at 10:26 AM

କଳାହାଣ୍ଡି ୧୬|୬: ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୁରୁଣା ସିନେମା ହଲ୍ ଏସବିଆଇ ଏଟିଏମରୁ ଲୁଟ୍ ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ଲୁଟ୍ ଉଦ୍ୟମ ବେଳେ ସାଇରନ୍ ବାଜିବାରୁ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଏଟିଏମ୍ ମେସିନକୁ ତାଡି ନେବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ହେଲେ ସେଥିରେ ସେମାନେ ବିଫଳ ହୋଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ତେବେ ଦୁର୍ବୃତ୍ତମାନଙ୍କର କୌଣସି ଖୋଜ୍ ଖବର ମିଳିନାହିଁ ।
ସେହିଭଳି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବଜ୍ରକୋଟ ସ୍ଥିତ ଏସବିଆଇ ଏଟିଏମ୍ ଭାଙ୍ଗି ଟଙ୍କା ଲୁଟ୍ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଟଙ୍କା ଲୁଟି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଏଟିଏମର ସିସିଟିଭି ମଧ୍ୟ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ ।