Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ATM ଲୁଟ୍ ଉଦ୍ୟମ ପଣ୍ଡ : ଗ୍ୟାସ୍ କଟରରେ କାଟୁଥିଲେ ମେସିନ୍, ପୋଲିସକୁ ଦେଖି ଛୁ ମାରିଲେ ଲୁଟେରା

27/08/2022 at 11:56 AM

ଭଦ୍ରକ ୨୭।୮: ଗ୍ୟାସ୍ କଟରରେ ଏଟିଏମ କାଟି ଚୋରି ଉଦ୍ୟମ ବେଳେ ପହଞ୍ଚିଗଲା ପୋଲିସ ପାଟ୍ରୋଲିଂ ଗାଡି । ପୋଲିସକୁ ଦେଖି ଛୁ ମାରିଲେ ଲୁଟେରା । ଏଟିଏମ ଲୁଟ୍ ଉଦ୍ୟମ ହେଲା ପଣ୍ଡ । 

ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ଧାମନଗର ବଜାର ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମରୁ କିଛି ଦୁର୍ବୃତ୍ତ ଗ୍ୟାସ୍ କଟରରେ କାଟି ଟଙ୍କା ଚୋରି କରିବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ପାଟ୍ରୋଲିଂରୁ ଫେରୁଥିବା ଥାନା ଅଧିକାରୀଙ୍କ  ଦୃଷ୍ଟିରେ ପଡ଼ିଥିଲା ଏହି ଏଟିଏମ୍ ଉପରେ । ପୋଲିସକୁ ଦେଖି ଦୁର୍ବୃତ୍ତମାନେ ସେଠାରୁ କୌଣସି ଉପାୟରେ ଫେରାର ହୋଇଯାଇଥିଲେ । ଦୀର୍ଘ ବାଟ ପର୍ଯ୍ୟନ୍ତ ପୋଲିସ ସେମାନଙ୍କ ପିଛା କରିଥିଲେ ହେଁ ସେମାନେ ଫେରାର ହେବାକୁ ସକ୍ଷମ ହୋଇଥିଲେ । ଧାମନଗର ପୋଲିସ ବିଭିନ୍ନ ସ୍ଥାନରେ ଚେକିଂ କରିବା ସହ ବିଭିନ୍ନ ଥାନାକୁ ଖବର ଦେଇ ଲୁଟେରାଙ୍କୁ ଠାବ କରିବା ପାଇଁ ସିସିଟିଭି ଫୁଟେଜ୍ ଆଦାରରେ ଯାଞ୍ଚ କରୁଛି ।

   Related Posts