ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ଟଙ୍କା ଓ ମୋବାଇଲ୍

3/06/2022 at 9:54 AM

ସୋର ୩।୬: ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ । ଗତ ଶୁକ୍ରବାର ବିଳମ୍ବିତ ରାତିରେ ସୋର ରେଳ ଷ୍ଟେସନ ବାହାରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ହାଣିଦେଇଛନ୍ତି । ସୋର  ମ୍ୟୁନିସିପାଲିଟି ମୋବାରକପୁର ଗ୍ରାମର ସେକ୍ ରସିଦ ନାମକ ଯୁବକଙ୍କୁ ଦୁଇ ଜଣ ଦୁର୍ବୃତ୍ତ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ । ତାଙ୍କଠାରୁ ଟଙ୍କା ଏବଂ ମୋବାଇଲ ଛଡ଼ାଇ ନେଇଥିଲେ । ରସିଦ‌ ବିରୋଧ କରିବାରୁ ଦୁର୍ବୃତ୍ତ ଦୁଇ ଜଣ ଗୋଡ଼ାଇ ଗୋଡ଼ାଇ ମାରଣାସ୍ତ୍ର  ଦ୍ଵାରା ରସିଦକୁ ଆକ୍ରମଣ କରିଥିଲେ ।

ଆକ୍ରମଣକାରୀ ହେଉଛନ୍ତି ଢିପସାହିର ବଙ୍କା ହାଁସଦାଙ୍କ ପୁଅ ପ୍ରକାଶ ହାଁସଦା ଏବଂ ଗୁଡୁ ହାଁସଦାଙ୍କ ପୁଅ ନିଶି ହାଁସଦା । ଆହତ ରସିଦ ସୋର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣାକୁ ନେଇ ସୋର ଥାନାରେ ଅଭିଯୋଗ ରସିଦ ।

   Related Posts