ଆନନ୍ଦପୁର ୨୦।୨: ଗର୍ଭବତୀ ମହିଳାଙ୍କୁ ମାଡ ମାରି ଘରୁ ଲୁଟ୍ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଡ଼ଙ୍କୁରି ଗାଁରେ ଜଣେ ମହିଳାଙ୍କୁ ମାଡମାରି ତାଙ୍କ ଘରୁ ଲୁଟି ନେଇଛନ୍ତି ୧୫ ଲକ୍ଷରୁ ଅଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ।
{"id":911361,"sizeSlug":"full","linkDestination":"none"}ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ନାରାୟଣ ସାହୁଙ୍କ ବୋହୂ ଉଠିଥିବା ବେଳେ ୩ ଜଣ ମୁଖାପିନ୍ଧା ଯୁବକ ତାଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ବେକରେ ଛୁରୀ ଲଗାଇ ଘରେ ଥିବା ସୁନା ରୁପା ଅଳଙ୍କାର ଲୁଟିନେଇଛନ୍ତି । ଲୁଟ୍ ଅଳଙ୍କାରର ଆନୁମାନିକ ମୂଲ୍ୟ ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ପରିବାର ଲୋକେ କହିଛନ୍ତି । ଆହତ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟ ପକ୍ଷରେ ନାରାୟଣ ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି ।
You Can Read :
wp:embed {"url":"https://www.prameyanews7.com/daughter-was-attacked-in-champapala-village-under-ghasipura-police-limits-of-keonjhar/","type":"wp-embed","providerNameSlug":"prameya-news-7"} /wp:embed