ଘର ବାଡ଼ିରେ ବାଡବସାକୁ କେନ୍ଦ୍ରକରି ପଡ଼ୋଶୀଙ୍କ ସହ ପାଟିତୁଣ୍ଡ, ଦମ୍ପତ୍ତିଙ୍କୁ ମରଣାନ୍ତକ ଆକ୍ରମଣ

Published By : Prameya-News7 Bureau | November 20, 2023 IST

ନୀଳଗିରି ୨୦।୧୧: ଘର ବାଡ଼ିରେ ବାଡବସାକୁ କେନ୍ଦ୍ରକରି ପଡ଼ୋଶୀଙ୍କ ସହିତ ପାଟିତୁଣ୍ଡ । ଶେଷରେ ଉଗ୍ରରୂପ ଧାରଣ କରିଛି । ଉଭୟ ଦମ୍ପତ୍ତି ଈଶ୍ୱରପୁର ଫାଣ୍ଡିକୁ ଅଭିଯୋଗ ଦେବାକୁ ଆସିଥିବା ବେଳେ ଫାଣ୍ଡି ସମ୍ମୁଖରେ ଦମ୍ପତ୍ତିଙ୍କୁ ମରଣାନ୍ତକ ଆକ୍ରମଣ ହେବା ଭଳି ଅଭାବନୀୟ ଘଟଣା ଘଟିଛି । ଦମ୍ପତ୍ତି ଗୁରୁତର ହୋଇ ଈଶ୍ୱରପୁର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।

{"id":872257,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଧିନ ଈଶ୍ୱରପୁର ପଞ୍ଚାୟତ ବାହାବଳପୁର ଗାଁର ହରେକୃଷ୍ଣ ଧାଉଁଡିଆଙ୍କ ଜାଗାକୁ ତାଙ୍କ ପଡୋଶୀ ଘେରୁଥିବା ଅଭିଯୋଗ ନେଇ ଉଭୟ ଦମ୍ପତ୍ତି ପ୍ରତିବାଦ କରିଥିଲେ । ଫଳରେ ଝଗଡା ହେବାରୁ ହରେକୃଷ୍ଣ ଏବଂ ତାଙ୍କ ସ୍ତ୍ରୀ ଈଶ୍ୱରପୁର ଫାଣ୍ଡିକୁ ଅଭିଯୋଗ ଦେବା ପାଇଁ ଯାଇଥିଲେ । ଅଭିଯୋଗ ଦେଇ ଫାଣ୍ଡିରୁ ବାହାରୁଥିବା ବେଳେ ଫାଣ୍ଡି ସମ୍ମୁଖରେ ୧୦ରୁ ୧୫ ଜଣ ଦୁର୍ବୃତ୍ତ ତାଙ୍କୁ ଠେଙ୍ଗା ଏବଂ ଇଟାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଫାଣ୍ଡି ଅଧିକାରୀ ଦମ୍ପତ୍ତିଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିବା ବେଳେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

You Can Read :

wp:embed {"url":"https://www.prameyanews7.com/three-person-injured-after-honey-bee-attack-in-dhenkanal/","type":"wp-embed","providerNameSlug":"prameya-news-7"}
https://www.prameyanews7.com/three-person-injured-after-honey-bee-attack-in-dhenkanal/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.