ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ; କିରୋସିନି ଢାଳି ପୋଡି ଦେବାକୁ ଉଦ୍ୟମ

Published By : Prameya-News7 Bureau | January 19, 2019 IST

ସୋର ୧୯|୧: ସୋର ଅଞ୍ଚଳରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ବାଲେଶ୍ବର ଜିଲ୍ଲା ସୋର ଥାନା ପାଣିଚିଆ ଗାଁର ମଞ୍ଜୁଲତା ଜେନାଙ୍କୁ ହତ୍ୟା ଉଦ୍ୟମ ହୋଇଛି । ମଞ୍ଜୁଲତାଙ୍କୁ ଗୁରୁତର ଅବସ୍ଥାରେ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ହାତ, ଗୋଡ, ମୁଣ୍ଡରେ ଗଭୀର ଆଘାତ ଲାଗିଛି ।

{"id":75605}

ସୂଚନା ଅନୁସାରେ ଗତକାଲି ରାତିରେ ବାଲେଶ୍ବର ଜିଲ୍ଲା ସୋର ଥାନା ପାଣିଚିଆ ଗାଁର ମଞ୍ଜୁଲତା ଜେନା ଶୌଚ ହେବାକୁ ଯାଇଥିଲେ । ସେହି ସମୟରେ ୨ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଆସି ତାଙ୍କୁ ଆକ୍ରମଣ କରିଥିଲେ । ଏହାପରେ ତାଙ୍କ ଉପରେ କିରୋସିନି ଢାଳି ତାଙ୍କୁ ପୋଡି ଦେବାକୁ ମଧ୍ୟ ଉଦ୍ୟମ କରିଥିଲେ । ହେଲେ ସେଠାରୁ କୌଶଳକ୍ରମେ ମଞ୍ଜୁଲତା ଖସି ପଳାଇ ଆସିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ସୋର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.