ଏସ୍ପି ଅଫିସ୍ ସମ୍ମୁଖରେ ଗୁଣ୍ଡାରାଜ, ଜଣେ ବ୍ୟକ୍ତିଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କଲେ ୩ ଦୁର୍ବୃତ୍ତ
23/08/2023 at 4:25 PM

କଳାହାଣ୍ଡି ୨୩।୮: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଦିନ ଦ୍ବିପ୍ରହରରେ ଗୁଣ୍ଡାରାଜ । ତା ପୁଣି ଏସ୍ପି ଅଫିସ ସାମ୍ନାରେ । ଏସ୍ପିଙ୍କ ଅଫିସ ସାମ୍ନାରେ ଜଣେ ବ୍ୟକ୍ତିଙ୍କୁ ତିନି ଜଣ ଦୁର୍ବୃତ୍ତ ଗୋଡେଇ ଗୋଡେଇ ମାରିଥିବା ବେଳେ ସେହି ବ୍ୟକ୍ତି ଜଣଙ୍କ ଜୀବନ ବଞ୍ଚାଇବାକୁ ଏସ୍ପିଙ୍କ ଅଫିସକୁ ପଶି ଯାଇଥିଲେ । ଏସ୍ପି ଅଫିସରେ ପଶିଯିବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ମାରିଥିଲେ ।

ଘଟଣାସ୍ଥଳରେ ସଦର ଏସଡିପିଓ ସୁନାରାମ ହେମ୍ବ୍ରମ ପହଞ୍ଚି ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ଆହତ ବ୍ୟକ୍ତି ଜଣଙ୍କ ସିଂହଝରଣ ଗାଁର କେଶରୀ ଦୁର୍ଗରେ ବୋଲି ଜଣାପଡ଼ିଛି ।
You Can Read :
Related Posts
ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ : ଜଣେ ମୃତ, ତିନି ଗୁରୁତର
9 December 2023