ଲୁଟ୍ ପରେ ହାଣିଲେ ଦୁର୍ବୃତ୍ତ : ୪ ଗୁରୁତର, ଉତ୍ତ୍ୟକ୍ତଲୋକଙ୍କ ରାସ୍ତାରୋକ

Published By : Prameya-News7 Bureau | August 30, 2019 IST

ପଟ୍ଟାମୁଣ୍ଡାଇ ୩୦।୮: ଲୁଟ୍‌ ପରେ ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ବିରୋଧ କରିବାରୁ ପରିବାରର ୪ ସଦସ୍ୟଙ୍କୁ ହାଣିଛନ୍ତି ଦୁର୍ବୃତ୍ତ । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବାଙ୍କେସ୍ବର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ୨ ଜଣଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଗୁରୁତର ହେଲେ ହାଡିବନ୍ଧୁ ସାହୁ ଓ ପୁଅ ବାସୁଦେବ ସାହୁ । ଅନ୍ୟ ୨ ସଦସ୍ୟଙ୍କୁ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପ୍ରତିବାଦରେ କଟକ-ଚାନ୍ଦବାଲି ରାସ୍ତା ଭରତପୁର ଛକରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ ।

{"id":150788}

ସୂଚନାଯେଗ୍ୟ ଯେ, ଗତକାଲି ରାତିରେ ଚୋରି କରିବାକୁ ବାଙ୍କେଶ୍ବର ଗାଁର ହାଡ଼ିବନ୍ଧୁ ସାହୁଙ୍କ ଘର ଗ୍ରୀଲ ତାଡି ପଶିଥିଲେ ଦୁର୍ବୁତ୍ତ । ତେବେ ପରିବାର ଲୋକେ ଜାଣିପାରି ବିରୋଧ କରିବାରୁ ପରିବାରର ୪ ଜଣ ସଦସ୍ୟଙ୍କୁ ହାଣିଛନ୍ତି ଦୁର୍ବୁତ୍ତ । ଗୁରୁତର ଅବସ୍ଥାରେ ହାଡ଼ିବନ୍ଧୁ ସାହୁ ଓ ପୁଅ ବାସୁଦେବ ସାହୁଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଘରର ଦୁଇ ମହିଳାଙ୍କୁ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.