oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ବନ୍ଧୁକ ଓ କଟୁରୀରେ ଆକ୍ରମଣ କରି ଲୁଟ୍, ଟଙ୍କା ସହ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

10/10/2020 at 12:48 PM

ଆଠଗଡ ୧୦।୧୦: କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଦ୍ବାରବତୀପୁର ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ରବୀନ୍ଦ୍ର ନାୟକଙ୍କ ଘରେ ପଶି ଲୁଟ କରିଥିବା ଖୁଣ୍ଟୁଣୀ ଥାନାରେ ଅଭିଯୋଗ ହୋଇଛି । ଶୁକ୍ରବାର ରାତିରେ ୬ଜଣ ଦୁର୍ବୃତ୍ତ ରବୀନ୍ଦ୍ର ନାୟକଙ୍କ ଘରେ ପଶି ଏକ କଟୁରୀ ଏବଂ ବନ୍ଧୁକ ଦ୍ବାରା ରବୀନ୍ଦ୍ରଙ୍କ ଦୁଇ ପୁଅଙ୍କୁ ପ୍ରଥମେ ଆକ୍ରମଣ କରିଥିଲେ । ପରେ ଘରୁ ସୁନାଗହଣା ଟଙ୍କା ଲୁଟି ନେଇଛନ୍ତି । 

ଆକ୍ରମଣ ଶିକାର ହୋଇଥିବା ଦୁଇ ଜଣକୁ ପରିବାର ପକ୍ଷରୁ ଆଠଗଡ ମେଡିକାଲରେ ଚିକିତ୍ସିତ କରିବା ନିମନ୍ତେ ନିଆଯାଇଥିଲା । ଏନେଇ ଖୁଣ୍ଟୁଣୀ ଥାନାରେ ଅଭିଯୋଗ ହେବା ପରେ ଚୌଦ୍ବାର ଏସଡିପିଓ ପ୍ରଶାନ୍ତ ମଲ୍ଲ ଓ ଖୁଣ୍ଟୁଣୀ ଥାନା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ଏଭଳି ଘଟଣା ଏହି ଅଞ୍ଚଳରେ ବାରମ୍ବାର ହେଉଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ଠୋସ ପଦକ୍ଷେପ ନେଉନଥିବା ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।

   Related Posts