ଘରେ କେହି ନଥିବା ବେଳେ କଳାକନା ବୁଲାଇଲେ ଦୁର୍ବୃତ୍ତ, ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍

Published By : Prameya-News7 Bureau | December 13, 2023 IST

ଉଦଳା ୧୩।୧୨: ଘରେ କେହି ନଥିବା ବେଳେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଘରେ ପଶି ତାଲା ଭାଙ୍ଗି ଆଲମାରିରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହିତ ନଗଦ ଟଙ୍କା । ଏସବୁ କାଣ୍ଡ ଘଟାଇ ଲୁଟେରାମାନେ ପୋଲିସକୁ ଦେଇଛନ୍ତି ଚ୍ୟାଲେଞ୍ଜ । ଏଭଳି ଘଟଣା ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଏନଏସି ୮ନଂ ୱାର୍ଡରେ ଘଟିଛି ।

{"id":882657,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଏନଏସି ୮ନଂ ୱାର୍ଡର ପ୍ରମୋଦ କୁମାର ନାୟକ ନିଜ ପରିବାର ଲୋକଙ୍କ ସହିତ କୌଣସି କାମରେ ଭୁବନେଶ୍ୱର ଯାଇଥିଲେ । ହେଲେ ହଠାତ ଆଜି ତାଙ୍କ ଘର ହତାରେ ପଡୋଶୀ ଘର ଲୋକେ ସଫା କରୁଥିବା ବେଳେ ଘରର କବାଟ ଖୋଲାଥିବା ଦେଖିବାକୁ ପାଇଥିଲେ । ପରେ ଏନେଇ ପଡୋଶୀ ପ୍ରମୋଦଙ୍କୁ ଖବର ଦେବା ପରେ ପ୍ରମୋଦ ଘରେ ପହଞ୍ଚି ଦୁଇ ଗୋଟି ରୁମ୍‌ର କବାଟ ତାଲା ଭଙ୍ଗାଯିବା ସହିତ ଘର ଭିତରେ ଥିବା ଆଲମାରି ଖୋଲାଯାଇଥିବା ଦେଖିବାକୁ ପାଇଥିଲେ । ଏହାସହିତ ଆଲମାରୀରେ ଥିବା ନଗଦ ୨୫ ହଜାର ଟଙ୍କା ଏବଂ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଦୁର୍ବୃତ୍ତମାନେ ଲୁଟି ନେଇଥିବା ଜାଣିବାକୁ ପାଇଥିଲେ । ଏ ନେଇ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

You Can Read :

wp:embed {"url":"https://www.prameyanews7.com/soil-collapse-while-digging-the-mines-in-umerkote/","type":"wp-embed","providerNameSlug":"prameya-news-7"}
https://www.prameyanews7.com/soil-collapse-while-digging-the-mines-in-umerkote/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.