ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ପୁଣି ମନ୍ଦିର ଲୁଟିଲେ ଦୁର୍ବୃତ୍ତ

Published By : Prameya-News7 Bureau | February 22, 2024 IST

ବୌଦ୍ଧ ୨: ବୌଦ୍ଧ ଜିଲ୍ଲାରେ ମନ୍ଦିର ଚୋରି ଗ୍ୟାଙ୍ଗର ଆଦର୍ଶ ଥାନା ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ଲୁଟେରା ସିରିଜ୍ ଭାବେ ଲୁଟ୍ କରୁଛନ୍ତି ମନ୍ଦିର । ବୁଧବାର ବିଳମ୍ବିତ ରାତିରେ ପୁଣି ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଆଦର୍ଶ ଥାନା ବନ୍ଧାପଥର ଗ୍ରାମ ସିଦ୍ଧେଶ୍ଵର ମନ୍ଦିରରୁ ଚୋରି । ମନ୍ଦିରରୁ ଦାନ ବାକ୍ସ ନେଇଗଲେ ଦୁର୍ବୃତ୍ତ । ପିତ୍ତଳ ଗରା, ବାଲଟି ଓ ଜାଗର ବି ଲୁଟିନେଲେ ଦୁର୍ବୃତ୍ତ । ଚୋରି କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ବୌଦ୍ଧ ଆଦର୍ଶ ଥାନା ପକ୍ଷରୁ ମାମଲା ରୁଜୁ ହୋଇଛି ।

{"id":912263,"sizeSlug":"full","linkDestination":"none"}

ମନ୍ଦିର ପୂଜକ ସକାଳୁ ମନ୍ଦିରକୁ ପୂଜା କରିବାକୁ ଆସିଥିବା ବେଳେ ସେହି ସମୟରେ ମୁଖ୍ୟ ଗେଟ୍‌ର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ ଏବଂ ସଙ୍ଗେ ସଙ୍ଗେ କମିଟିକୁ ଖବର ଦେବା ସହିତ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଦୁର୍ବୃତ୍ତମାନେ ମନ୍ଦିରରୁ ଦାନ ବାକ୍ସ, ପିତ୍ତଳ ଗରା ଓ ବାଲଟି ଲୁଟ୍ କରିଥିବା ଦେଖିବାକୁ ପାଇଥିଲେ । ଏ ନେଇ ମନ୍ଦିର କମିଟି ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ବେଳେ ଆଦର୍ଶ ଥାନା ପୋଲିସ ତଦନ୍ତ ଜାରି ରଖିଛି ।

You Can Read :

wp:embed {"url":"https://www.prameyanews7.com/kanika-rani-said-if-the-party-decides-i-will-be-the-mla-candidate-from-aul/","type":"wp-embed","providerNameSlug":"prameya-news-7"}
https://www.prameyanews7.com/kanika-rani-said-if-the-party-decides-i-will-be-the-mla-candidate-from-aul/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.