ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ରଥଯାତ୍ରା ଶୁଭେଚ୍ଛା ପାଇଁ ଲଗାଇଥିଲେ ବ୍ୟାନର, ରାତି ଅଧିଆ ଚିରିଦେଲେ ଦୁର୍ବୃତ୍ତ

8/07/2022 at 9:36 PM

ନୀଳଗିରି: ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିର ପବିତ୍ର ରଥଯାତ୍ରା ପାଇଁ ବିଭିନ୍ନ ଦଳର ରାଜନେତା,କର୍ମୀ,ବିଭିନ୍ନ ସଂଗଠନ ସହର ମଝିରେ ବ୍ୟାନର ମାରି ଅଞ୍ଚଳବାସୀ ଙ୍କୁ ଶୁଭେଛା ଜଣାଇଥିଲେ। ହେଲେ ଗତକାଲି ମଧ୍ୟରାତ୍ରରେ କେହି ଦୁର୍ବୁତ୍ତ ଏକ ବିଜେଡି ଦଳର ବ୍ୟାନର କୁ ଚିରିବା ଭଳି ଘଟଣା ଦେଖିବାକୁ ମିଳିଛି।

ନୀଳଗିରି ହସ୍ପିଟାଲ,ବାଇପାସ,କଡ଼ମ୍ବସାହି ଛକ,ବାଇପାସ ରାସ୍ତା ଓ ସହର ମଝିରେ ଅଭିନନ୍ଦନ ବ୍ୟାନର ବିଜେଡିନେତା ସନ୍ତୋଷ ଖଟୁଆ ମାରିଥିଲେ।ସେହିପରି ବିଜେଡି ଦଳର ଏନଏସି ଚେୟାରମ୍ୟାନ ଅମ୍ବିକା ଦାସ ମଧ୍ୟ ଶୁଭେଚ୍ଛା ବ୍ୟାନର ମାରିଥିଲେ। ହେଲେ ସକାଳେ ଦେଖିବା ବେଳକୁ ବ୍ୟାନର ସବୁ ଛିଣ୍ଡି ତଳେ ପଡିଥିବାର ନଜରକୁ ଆସିଥିଲା। ପାଖରେ ବିଜେପି ବ୍ୟାନର ଥିବା ବେଳ ଆକ୍ରୋଶ ରଖି କେହି ଦୁର୍ବୁତ୍ତ ମାନେ ଏଭଳି କାମ କରିଥିବା ଅନୁମାନ କରିଥିବା କୁହାଯାଇଛି।ତେବେ ଏଭଳି ଘଟଣାକୁ ନେଇ ଆଜି ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି।

ତେବେ ବିଜେଡିନେତା ସନ୍ତୋଷ ଖଟୁଆ ତାଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଗଣତନ୍ତ୍ରକୁ ସମ୍ମାନ ରଖୁନଥିବା ହୀନମନ୍ୟତା ଲୋକଙ୍କର ଏହା ହେଉଛି କାମ। ପଞ୍ଚାୟତ ନିର୍ବାଚନ ଓ ଏନଏସି ନିର୍ବାଚନରେ ପରାଜୟ ସ୍ୱୀକାର କରିନପାରି କିଛି ନିର୍ଦିଷ୍ଟ ଦଳର ବ୍ୟକ୍ତି ମାନସିକ ଭାରସାମ୍ୟ ହରାଇ ବସିଛନ୍ତି।  ଏଭଳି କର୍ମ ପାଇଁ ଜନତା ଜନାର୍ଦନ ଓ ମହାପଭୁ ନିଶ୍ଚୟ ବିଚାର କରିବେ।

   Related Posts