ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଇକ୍ ପୋଡି, ଦୋକାନ ବାହାରେ ରଖିଥିବା ଗାଡି ଜାଳିଦେଲେ ଦୁର୍ବୃତ୍ତ

Published By : Prameya-News7 Bureau | July 02, 2022 IST

କଣ୍ଟାବାଞ୍ଝି ୨୭: କଣ୍ଟାବାଞ୍ଝି ସହର ବେହେରା ପଡାର ଏକ ଦୋକାନ ବାହାରେ ଥିବା ବାଇକକୁ ଜାଳିଦେଲେ ଦୁର୍ବୃତ୍ତ । ଶୁକ୍ରବାର ବିଳମ୍ବିତ ରାତିରେ ଏଭଳି ଅଭାବୀନୟ ଘଟଣା ଘଟିଥିବା ବେଳେ ବାଇକ୍ ଜାଳୁଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବାଇକ୍ ମାଲିକ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିବା ବେଳେ ଘଟଣାସ୍ଥଳକୁ ପୋଲିସ ଏଯାଏଁ ପହଞ୍ଚି ନାହିଁ । ପୂର୍ବ ଶତ୍ରୁତା ଯୋଗୁଁ ଏଭଳି ଘଟଣା ଘଟିଥିବା ବୋଲି ସନ୍ଦେହ କରାଯାଉଛି ।

{"id":650538,"width":838,"height":461,"sizeSlug":"full","linkDestination":"none"}

ବାଇକ୍ ମାଲିକଙ୍କ କହିବା ଅନୁସାରେ, ତାଙ୍କ ଡିଜେ ସାଉଣ୍ଡ ଦୋକାନରେ ବାଇକ୍ ରଖି ସେ ଏକ  ବିବାହ ଉତ୍ସବ କାମ କରୁଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ସେହି ପଡାର ଜଣେ ଯୁବକ ତାଙ୍କ ବାଇକ୍ ଜାଳି ଦେଇଥିବା ଦେଇଥିବା ଅଭିଯୋଗ କରିଛନ୍ତି । ପରେ ବାଇକ୍ ମାଲିକ ଘରକୁ ଆସି ଦେଖିବା ବେଳେ ଗାଡି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.