ଶୋଇଥିବାବେଳେ ଘରେ ପଶି ବନ୍ଧୁକ ଓ ଭୁଜାଲି ମୁନରେ ଲୁଟିନେଲେ ସୁନା ଗହଣା ସହ ଲକ୍ଷାଧିକ ଟଙ୍କା
23/01/2019 at 12:17 PM

ବାଲେଶ୍ୱର ୨୩/୧ : ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଦୁର୍ଗାଦେବୀ ଭୀମଦା ଗାଁରେ ଗତକାଲି ବିଳମ୍ବିତ ରାତିରେ ୪ଜଣ ଦୃବୁର୍ତ୍ତ ଜଣଙ୍କ ଘରେ ପଶି ୩ଟି ବନ୍ଧୁକ ଓ ଗୋଟିଏ ଭୁଜାଲି ଦେଖାଇ ସୁନାଗହଣା ସହ ଲକ୍ଷାଧିକ ଟଙ୍କା ଓ ଗୋଟିଏ ମଟର ସାଇକେଲ ଲୁଟି ନେଇଛନ୍ତି।

ରାତିପ୍ରାୟ ୧୦ ଟା ବେଳେ ଭୀମିଦା ଗାଁର ସୁଶାନ୍ତ ନବାର୍ଣ୍ଣା ଓ ତାଙ୍କ ସ୍ତ୍ରୀ ପିଲାଛୁଆଙ୍କ ସହ ଶୋଇବାପରେ ୪ ଜଣ ଦୃବୁର୍ତ୍ତ ହଠାତ୍ ତାଙ୍କ କବାଟ ବାଡେଇ ଡାକୁଥିଲେ। କବାଟ ଖୋଲିବା ମାତ୍ରେ ସେମାନେ ତାଙ୍କୁ ବନ୍ଧୁକ ଦେଖାଇ କଳାକନା ବୁଲାଇ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ଖବରପାଇ ବଡ଼ସାହି ଓ ଦୁର୍ଗାଦେବୀ ଫାଣ୍ଡି ଅଧିକାରୀ ପହଁଚି ତଦନ୍ତ କରିଛନ୍ତି।

Related Posts
ମହୁଲ ଗଛରୁ ମିଳିଲା ଯୁବତୀଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ
7 February 2023