ଘରେ କେହିନଥିବାର ସୁଯୋଗ ନେଇ ୭ଲକ୍ଷ ଟଙ୍କାର କଳାକନା ବୁଲାଇଲେ ଦୁର୍ବୁର୍ତ୍ତ

Published By : Prameya-News7 Bureau | August 24, 2018 IST

ଜଟଣୀ ୨୪/୮ : ଘରେ କେହିନଥିବାର ଶୀଜଗ ନେଇ କଳାକନା ବୁଲେଇଲେ ଲୁଟେରା | ଜଟଣୀ ମଧୁସୂଦନନଗର ଅଂଚଳରେ ଗତକାଲି ବିଳମ୍ବିତ ରାତିରେ ଲୁଟ ହୋଇଛି | ଲୁଟ ହୋଇଥିବା ବ୍ୟକ୍ତିଙ୍କ ନାଁ ସମିରକାନ୍ତ ପ୍ରଧାନ | ଗତକାଲି ରାତିରେ ପୁରା ପରିବାର ଏକ ଉତ୍ସବରେ ଯୋଗ ଦେବା ପାଇଁ ଭୁବନେଶ୍ୱର ଆସିଥିଲେ | ଏହାର ସୁଯୋଗ ନେଇ ଲୁଟେରାମାନେ ଘରର ତାଲା ଭାଙ୍ଗି ଭିତରକୁ ପଶିଥିଲେ | ଘରୁ ସୁନା, ରୂପା, ନଗଦ ଟଙ୍କା ସହ ଇଲେକ୍ଟ୍ରୋନିକ ସାମଗ୍ରୀ ଲୁଟି ନେଇଥିଲେ | ପାଖାପାଖି ୭ଲକ୍ଷ ଟଙ୍କାର ଆସବାବପତ୍ର ଲୁଟ ହୋଇଛି | ଘରର ତାଲା ଭାଙ୍ଗି ଲୁଟ ହୋଇଥିବା ଆଜି ସକାଳେ ପଡିସା ଘର ଲୋକେ ଫୋନ ଯୋଗେ ସମିରକାନ୍ତ ପ୍ରଧାନଙ୍କୁ ଜଣାଇଥିଲେ | ଏହା ଶୁଣି ସମିରକାନ୍ତ ସଂଗେ ସଂଗେ ଘରକୁ ଆସିଥିଲେ | ଘଟଣାକୁ ନେଇ ସମିରକାନ୍ତ ଥାନାରେ ଏତଲା ଦେଇଛନ୍ତି | ପୋଲିସ ତଦନ୍ତ ଚଳାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.