ପଲସରରେ ଆସି ଶିକ୍ଷକଙ୍କ ଠାରୁ ଝାମ୍ପି ନେଲେ ତିନି ଲକ୍ଷ ଟଙ୍କା

Published By : Prameya-News7 Bureau | August 22, 2018 IST

ବାଲେଶ୍ୱର ୨୨/୮ : ପୁଣି ସୋରରେ ପଲସର ଆତଙ୍କ ଖେଳିଛି । ପଲସରରେ ଆସି ଝାମ୍ପି ନେଲେ ତିନି ଲକ୍ଷ ଟଙ୍କା । ଆଶୋକ ନଗର ଅଞ୍ଚଳରୁ ପଲସରରେ ଦୁଇ ଯୁବକ ବାଇକରେ ଫଲଅପ କରି ଜଣେ ଶିକ୍ଷକଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଉଲାସ ଖଡଗପୁର ଗ୍ରାମର ବଟକୃଷ୍ଣ ବାରିକ ମୁଳିସିଂ ହାଇସ୍କୁଲର ଶିକ୍ଷକତା କରନ୍ତି । ଆଜି ବ୍ୟାଙ୍କରୁ ଲୋନ କରି ୩ ଲକ୍ଷ ଟଙ୍କା ଉଠାଇ ପିଲାଙ୍କ ପଢା ପାଇଁ ରୁଣ ସୁଝିବା ପାଇଁ ସୋର ଏସବିଆଇରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଲୁଟର ଶିକାର ହୋଇଥିଲେ । ଲୁଟ ପରେ ବଟକୃଷ୍ଣ ସ୍ଥାନୀୟ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି |ପୋଲିସ ମାମଲା ରୁଜ୍ଜୁ କରି ଘଟଣାର ଛାନଭିନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.