ରାୟଗଡା ବିମଳା ମନ୍ଦିରରୁ ଚୋରୀ ଉଦ୍ୟମ ; ଚୋରକୁ କାବୁ କଲେ ଶ୍ରଦ୍ଧାଳୁ
19/01/2019 at 10:49 AM

ରାୟଗଡା ୧୯|୧: ରାୟଗଡା ଶ୍ରଦ୍ଧା ଶ୍ରୀକ୍ଷେତ୍ରସ୍ଥିତ ବିମଳା ମନ୍ଦିରରୁ ଚୋରି ଉଦ୍ୟମ କରିଛନ୍ତି ଚୋର । ମନ୍ଦିରରୁ ମାଆଙ୍କ ମୁକୁଟ ଚୋରି କରିବା ଉଦ୍ୟମ ବେଳେ ଚୋରକୁ କାବୁ କରିଛନ୍ତି ଶ୍ରଦ୍ଧାଳୁ । ଚୋରକୁ ପୋଲିସ ଜିମା ଦେଇଛନ୍ତି ।

ସୂଚନା ଅନୁସାରେ ଆଜି ବଡି ଭୋରରୁ ରାୟଗଡା ଶ୍ରଦ୍ଧା ଶ୍ରୀକ୍ଷେତ୍ରସ୍ଥିତ ବିମଳା ମନ୍ଦିରରେ ଚୋର ପଶି ମାଆଙ୍କ ମୁକୁଟ ଚୋରୀ ପାଇଁ ଉଦ୍ୟମ କରିଥିଲେ । ଚୋରୀ ଉଦ୍ୟମ କରିବା ସମୟରେ ମନ୍ଦିରର ପୂଜକ ଏବଂ କିଛି ଶ୍ରଦ୍ଧାଳୁ ସେଠାରେ ପହଞ୍ଚି ଯାଇଥିଲେ । ଚୋରକୁ କାବୁକରି ପୋଲିସକୁ ହସ୍ତାନ୍ତର କରାଯାଇଛି । ଗତକାଲି ମଧ୍ୟ ଚାନ୍ଦିଲି ମାଣିକେଶ୍ବରୀ ମନ୍ଦିରରୁ ମାଆଙ୍କ ବିଗ୍ରହ ସମେତ ଅଳଙ୍କାର ଲୁଟ୍ କରି ନେଇଥିଲେ ଦୁର୍ବୃତ୍ତ ।
Related Posts
ମାର୍ଚ୍ଚ ୧୦ ରୁ ମାଟ୍ରିକ୍ ସମ୍ମେଟିଭ୍ ୨, ସକାଳ ୮ଟାରୁ ୧୦ଟା ଯାଏଁ ପରୀକ୍ଷା
5 February 2023
ଡକାୟତି ଯୋଜନା ପଣ୍ଡ, ୫ଜଣଙ୍କୁ ବାନ୍ଧିଲା ପୋଲିସ
5 February 2023