Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଅମୃତସରରେ ଶିବସେନା ନେତାଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳିକରି ହତ୍ୟା

4/11/2022 at 4:10 PM

ଅମୃତସର ୪।୧୧: ଶିବସେନା ନେତା ସୁଧୀର ଶୁରୀଙ୍କୁ ଶୁକ୍ରବାର ଅମୃତସରରେ ସ୍ପଷ୍ଟ ଦିବାଲୋକରେ ଗୁଳି କରାଯାଇଛି। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଗୋପାଳ ମନ୍ଦିର ବାହାରେ ଥିବା ଡଷ୍ଟବିନରୁ ଭଗବାନଙ୍କ ମୃତି ମିଳିବା ଘଟଣାରେ ଶୁରୀ ମନ୍ଦିର ବାହାରେ ଧାରଣା ଦେଇଥିଲେ। ଏହି ସମୟରେ ଭିଡ ଭିତରୁ କେହି ତାଙ୍କ ଉପରକୁ ଗୁଳି ଚଳାଇଥିଲା। ଗତ କିଛି ସମୟ ହେଲା ସୁଧୀର ଶୁରୀଙ୍କ ଉପରେ ଆକ୍ରମଣ ଲାଗି ଦୁର୍ବୃତ୍ତ ଯୋଜନା କରୁଥିଲେ। ଗତମାସରେ ଗିରଫ ଗ୍ୟାଙ୍ଗଷ୍ଟାରକୁ ପଚରା ଉଚରା ବେଳେ ଏହି କଥା ଜଣାପଡିଥିଲା।

ଗତମାସରେ ପଞ୍ଜାବ ଏସଟିଏଫ ଓ ଅମୃତସର ପୋଲିସର ଜଏଣ୍ଟ ଅପରେସନରେ ୪ ଜଣ କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କୁ ଗିରଫ କରାଯାଇଥିଲା। ଧରା ପଡିଥିବା ଗ୍ୟାଙ୍ଗଷ୍ଟର ରିନ୍ଦା ଓ ଲିଣ୍ଡାଙ୍କର ଅନୁଚର ଥିଲେ। ସେମାନଙ୍କୁ ପଚରା ଉଚରା କାଳରେ ଚାଞ୍ଚଲ୍ୟକର ସୂଚନା ମିଳିଥିଲା। ଗିରଫ ଗ୍ୟାଙ୍ଗଷ୍ଟରମାନେ ସୁଧୀର ଶୁରୀଙ୍କ ହତ୍ୟା ଯୋଜନା କରିଥିଲେ। ଏଥିଲାଗି ସେମାନେ ରେକି ମଧ୍ୟ କରିଥିଲେ। ତେବେ ସେମାନେ ଶୁରୀଙ୍କ ଉପରେ ଆକ୍ରମଣ କରିବା ପୂର୍ବରୁ ପୋଲିସ ହାତରେ ଧରାପଡିଯାଇଥିଲେ।

ସେମାନେ ଶୁରୀଙ୍କ ଉପରେ ଦୀପାବଳି ପୂର୍ବରୁ ଆକ୍ରମଣର ଯୋଜନା କରିଥିଲେ। ଏହି ଗ୍ୟାଙ୍ଗଷ୍ଟରମାନଙ୍କ ଗିରଫ ଯୋଗୁ ପଞ୍ଜାବରେ ଏକ ବଡ଼ ଘଟଣା ଟଳିଯାଇଥିଲା ବୋଲି ଅନୁମାନ କରାଯାଉଥିବା ବେଳେ ଶୁକ୍ରବାର ଆତତାୟୀ ତାଙ୍କୁ ହତ୍ୟା କରି ଖସି ପଳାଇଛି।  ପଞ୍ଜାବ ପୋଲିସ ଏବେ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ଆକ୍ସନ ମୋଡକୁ ଆସିଛି। ଗତ ଅକ୍ଟୋବର ୮ ତାରିଖରେ ଗୁରଦାପୁର ଜିଲ୍ଲାର ବଟଲାଠାରେ ପୋଲିସ ଓ ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏଥିରେ ପୋଲିସ ଗ୍ୟାଙ୍ଗଷ୍ଟର ରଞ୍ଜୋତ ସିଂହକୁ ଗିରଫ କରିଥିଲା।

   Related Posts