ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଅସଦାଚରଣ ଅଭିଯୋଗ : ପୋଲିସରେ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୁନ୍

Published By : Prameya-News7 Bureau | November 06, 2019 IST

ବାଲେଶ୍ବର ୬|୧୧ :  ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ  ଶିକ୍ଷୟତ୍ରୀଙ୍କ ଅସଦାଚରଣ ଅଭିଯୋଗ କରଛନ୍ତି  । ପୋଲିସରେ ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ନେଇନାହିଁ ପୋଲିସ ।

{"id":179962}

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଜାଟିଆ ନିକଟରେ ଥିବା କୃଷ୍ଣବାନୁ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆସିଛି । ସେହି ସ୍କୁଲର ଜଣେ ଶିକ୍ଷୟତ୍ରୀଙ୍କୁ ବିଦ୍ୟାଳୟ ପରିସରରେ  ଶାଢୀ ଟାଣିବା ସହ ଅଶ୍ଳୀଳ ଇଙ୍ଗୀତ ଦେଉଥିବାର ଅଭିଯୋଗ ହୋଇଛି ।

{"id":179965}

ଗତ ମାର୍ଚ ମାସରେ ବାଲିଆପାଳ ଥାନାରେ ଏଭଳି ଅଭିଯୋଗ କରିଥିଲେ ଶିକ୍ଷୟତ୍ରୀ  । କିନ୍ତୁ ସେତେବେଳେ ପୋଲିସ ମାମଲା ରୁଜୁ କରିଥିଲେ ବି କୌଣସି ପଦକ୍ଷେପ ନେଇ ନଥିଲେ । ଶେଷରେ  ଶିକ୍ଷୟତ୍ରୀ ଜଣଙ୍କ  ଏହି ବିଷୟରେ ବିଇଓ , ଡିଇଓ ସମେତ ମୂଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ । କିନ୍ତ  ତାଙ୍କୁ ନ୍ୟାୟ ମିଳିନଥିବା ଶିକ୍ଷୟତ୍ରୀ ଜଣଙ୍କ କହିଛନ୍ତି । ତବେ ଏପରି ଅଭିଯୋଗକୁ ପ୍ରଧାନଶିକ୍ଷକ ଅସ୍ବୀକାର କରିବା ସହ ଏହା ଭିତିହୀନ ବୋଲି କହିଛନ୍ତି  । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.