କରୋନାରୁ ଗର୍ଭପାତ : ମା’ ହୋଇଥିଲେ ସୁସ୍ଥ, ଭ୍ରୁଣ ହେଲା ନଷ୍ଟ, ଡାକ୍ତର ହେଲେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | August 24, 2020 IST

ମୁମ୍ବାଇ ୨୪।୮: ଦେଶରେ କରୋନା ଭାଇରସ୍ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ କରୋନାର ନୂଆ ନୂଆ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳୁଛି । ବିଶେଷଜ୍ଞମାନଙ୍କ ଅନୁସାରେ କରୋନାରା SARS-CoV-2 ସଂକ୍ରମଣ ଗର୍ଭବତୀ ମହିଳାମାନଙ୍କ ପାଇଁ କୌଣସି ବଡ ବିପଦଠାରୁ କମ୍ ନୁହେଁ । ମୁମ୍ବାଇରେ ଏଭଳି ମାମଲା ସାମ୍ନାକୁ ଆସିଛି ଯାହା ନିଶ୍ଚୟ ଆଶ୍ଚର୍ଯ୍ୟଜନକ ।

ମୁମ୍ବାଇରେ କରୋନା ଯୋଗୁଁ ଜଣେ ମହିଳାଙ୍କର ପ୍ରଥମ ତୈମାସିକରେ ହିଁ ଗର୍ଭପାତ ହୋଇଯାଇଛି । ଯାଞ୍ଚରୁ ଜଣାପଡିଛି ଯେ, କରୋନା ସଂକ୍ରମଣ ଗର୍ଭନାଳୀ ଏବଂ ପ୍ଲେସେଣ୍ଟା ମାଧ୍ୟମରେ ଭ୍ରୁଣ ପର୍ଯ୍ୟନ୍ତ ପହଞ୍ଚିଥିଲା । କାନ୍ଦିବଲିରେ ଥିବା ESIS ସହଯୋଗରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ରିସର୍ଚ୍ଚ ଇନ୍ ରିପ୍ରଡକ୍ଟିଭ ହେଲ୍ଥ (NIRRH) ପକ୍ଷରୁ ଗତ ସପ୍ତାହରେ ଜାରି କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଭାରତରେ ଏହା ହେଉଛି ପ୍ରଥମ ଘଟଣା । କରୋନା ସଂକ୍ରମଣ ଦୁଇ ସପ୍ତାହ ପରେ ମଧ୍ୟ ଟିସ୍ୟୁରେ ଜୀବନ୍ତ ରହିଥିଲା ଟିସ୍ୟୁରେ ଜୀବିତ ଥିଲେ, କିନ୍ତୁ ତାହାକୁ ଗଳାରୁ ବାହାର କରିଦିଆଯାଇଥିଲା ।

SARS-CoV-2 ସଂକ୍ରମଣ କେତେ ବିପଦଜନକ ତାହା ଏଥିରୁ ଜଣାପଡୁଛି । ଏହା ଶରୀରରେ ନା କେବଳ ଜୀବିତ ରହିଥିଲା ବରଂ ଏହାଦ୍ବାରା ଶରୀରରେ ଭାଇରସ୍ ସଂଖ୍ୟା ମଧ୍ୟ ବଢିଥିଲା । ଏହା ମହିଳାଙ୍କ ଗର୍ଭକୁ ମଧ୍ୟ କ୍ଷତି ପହଞ୍ଚାଇଥିଲା । ଏହି ରିସର୍ଚ୍ଚ MedRxivରେ ପୋଷ୍ଟ କରାଯାଇଥିଳା ।

ମହିଳା ଜଣଙ୍କ ଏକ ହସ୍ପିଟାଲରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିଲେ। ମହିଳା ଯେତେବେଳେ ଦୁଇ ମାସର ଗର୍ଭବତୀ ଥିଲେ ସେ କରୋନା ସଂକ୍ରମିତ ହୋଇଥିଲେ । ଏହାପରେ ୧୩ ସପ୍ତାହରେ ସେ ତାଙ୍କର ଟେଷ୍ଟ କରାଇଥିଲେ । ସେତେବେଳେ ସେ କରୋନାରୁ ସଂପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ । ୧୩ ସପ୍ତାହ ପରେ ମହିଳା ଜଣଙ୍କ ଅଲଟ୍ରାସାଉଣ୍ଡ କରାଇଥିଲେ । ସେତେବେଳେ ସେ ଜାଣିବାକୁ ପାଇଲେ ଯେ, ତାଙ୍କ ଭ୍ରୁଣ ନଷ୍ଟ ହୋଇଯାଇଛି ।

ESIS ହସ୍ପିଟାଲରେ ଏହି ମାମଲା ସଂପର୍କରେ NIRRHକୁ ସଂପର୍କ କରିଥିଲା । ଏହାପରେ NIRRH ମହିଳାଙ୍କ ପରୀକ୍ଷଣ ପାଇଁ ମଞ୍ଜୁରୀ ଦେଇଥିଲେ । ସଂକ୍ରମଣ ସଂପର୍କରେ ଜାଣିବା ପାଇଁ ମହିଳାଙ୍କ ନାକରୁ ସ୍ବାବ୍ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା । ମାତ୍ର ମହିଳା ଜଣଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲା । ଏହାପରେ ମହିଳାଙ୍କ ପ୍ଲେସେଣ୍ଟା, ଆମନିଓଟିକ୍ ଫ୍ଲୁଇଡ୍ ଏବଂ ଭ୍ରୁଣର ଝିଲ୍ଲି ପରୀକ୍ଷା କରାଯାଇଥିଲା । ଯେତେବେଳେ ଏସବୁର ରିପୋର୍ଟ ଆସିଥିଲା । ତାହା ସମସ୍ତଙ୍କୁ ଚକିତ କରିଦେଇଥିଲା । ସଂକ୍ରମଣର ୫ ସପ୍ତାହ ପରେ ମଧୟ ଭାଇରସ୍ ପ୍ଲେସେଣ୍ଟାରେ ତାର ସଂଖ୍ୟା ବୃଦ୍ଧି କରି ଗର୍ଭସ୍ଥ ଭ୍ରୁଣ ଉପରେ ତାର ପ୍ରଭାବ ପକାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.