ମାନସିକ ଅନଗ୍ରସର ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ

Published By : Prameya-News7 Bureau | December 22, 2019 IST

ଢ଼େଙ୍କାନାଳ ୨୨/୧୨: ରାଜ୍ୟରେ ନାବାଳିକା ଦୁଷ୍କର୍ମ ପିଛା ଛାଡୁ ନଥିବାବେଳେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ପୁଣି ଲଜ୍ୟା । ୧୦ ବର୍ଷର ମାନସିକ ଅନଗ୍ରସର ନାବାଳିକାଙ୍କୁ ଅସଦାଚରଣ କରାଯାଇଥିବା କାମାକ୍ଷାନଗର ଥାନାରେ ଅଭିଯୋଗ ହୋଇଛି ।

{"id":201147,"sizeSlug":"large"}

ଗତ ୧୯ ତାରିଖ ଗୁରୁବାର ଦିନ ଅପରାହ୍ନ ପ୍ରାୟ ୨ ଟା ସମୟରେ ଜଣେ ୧୦ ବର୍ଷୀୟ ଅନଗ୍ରସର ନାବାଳିକା ଘର ବାରଣ୍ଡାରେ ଏକୁଟିଆ ବସିଥିଲେ । ଏହାର ସୁଯୋଗ ନେଇ ମଠକରଗୋଳା ଅଞ୍ଚଳର ରାଜୁ ମଲ୍ଲିକ ନାମକ ଜଣେ ଗଦି ବ୍ୟବସାୟୀ ନାବାଳିକାଙ୍କୁ ଏକୁଟିଆ ପାଇ ଅସଦାଚରଣ କରିଥିଲା । ଏ ସମ୍ପର୍କରେ ପିଡ଼ିତା ନିଜ ଘରେ ଆସି ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ଗ୍ରାମ୍ୟ ସଭାପତି ଓ ସ୍ଥାନୀୟ ସରପଞ୍ଚଙ୍କୁ ଏ ସମ୍ପର୍କରେ କହିଥିଲେ । ତେବେ ପ୍ରାୟ ୩ ଦିନ ବ୍ୟାପି ଯାଇଥିଲେ ସୁଦ୍ଧା ପରିବାର ଲୋକେ କୌଣସି ନ୍ୟାୟ ନପାଇ ଥାନାର ଦ୍ବାରସ୍ଥ ହୋଇଥିଲେ ।ତେବେ କାମାକ୍ଷାନଗର ଥାନାରେ ପିଡିତାଙ୍କ ମାଆଙ୍କ ଅଭିଯୋଗ ପରେ ପିଡିତାଙ୍କୁ ଡ଼ାକ୍ତରୀମାଇନା କରାଯାଇ ତଦନ୍ତ ଆରମ୍ଭ କରିଛି ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.