କୋରାପୁଟ କେସିସି ବ୍ୟାଙ୍କରେ ୨୮ କୋଟିର ଦୁର୍ନୀତି ! ମୁହାଁମୁହିଁ ବ୍ୟାଙ୍କର ୨ଜଣ ପୂର୍ବତନ କର୍ମଚାରୀ

Published By : Prameya-News7 Bureau | August 19, 2019 IST

ଜୟପୁର ୧୯|୮; ଜୟପୁର ସ୍ଥିତ କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ପିଛା ଛାଡୁନି ବିବାଦ ।କେସିସି ବ୍ୟାଙ୍କର ବିଭିନ୍ନ ଦୁର୍ନିତୀ ଓ ଆର୍ଥିକ ଅନିୟମିତତାର ତଦନ୍ତ କରୁଛି ଆର୍ଥିକ ଅପରାଧୀକ ଶାଖା । ଆଉ ଏହି ସମୟରେ  ୨୮ କୋଟିର ନୂଆଁ ଦୁର୍ନୀତି ଅଭିଯୋଗ ଆଣି ମୁହାଁମୁହିଁ ହୋଇଛନ୍ତି ବ୍ୟାଙ୍କର ଦୁଇ ଜଣ ପୂର୍ବତନ କର୍ମଚାରୀ। ଉମାକାନ୍ତ ରଥ ନାମକ ଜଣେ ଅବସରପ୍ରାପ୍ତ କର୍ମଚାରୀ ଏହି ଦୁର୍ନୀତି ଅଭିଯୋଗ ଆଣିବା ପରେ ସମବାୟ ବିଭାଗ ଏହାର ବିଦ୍ଧିବଦ୍ଧ ତଦନ୍ତ ଆରମ୍ଭ କରିଛି ।…

{"id":146326}

କେସିସି ବ୍ୟାଙ୍କରେ ୨୮ କୋଟିର ଦୁର୍ନୀତି ! ମୁହାଁମୁହିଁ ବ୍ୟାଙ୍କର ୨ଜଣ ପୂର୍ବତନ କର୍ମଚାରୀ । ଜୟପୁର ସ୍ଥିତ କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ପୁଣି ଥରେ ଆର୍ଥିକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ । ପୂର୍ବତନ ଏଜିଏମ୍ ବିନୋଦ ଷଢଙ୍ଗୀ ଓ ସଂପାଦକ ଅନନ୍ତ କୁମାର ସାମଲଙ୍କ ବିରୋଧରେ ୨୮ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣିଛନ୍ତି  ଖୋଦ ବ୍ୟାଙ୍କର ପୂର୍ବତନ କର୍ମଚାରୀ ଉମାକାନ୍ତ ରଥ।

{"id":146327}

ଏହି ଘୋଟାଲାର ତଦନ୍ତ ପାଇଁ ସେ  ସମବାୟ ବିଭାଗର ଦ୍ବାରସ୍ତ ହେବା ପରେ ଆରମ୍ଭ ହୋଇଛି ତନାଘନା । ଅଭିଯୋଗ ଅନୁସାରେ ପୂର୍ବତନ ଏଜିଏମ୍ ବିନୋଦ ଷଢଙ୍ଗୀ ତାଙ୍କ କାର୍ଯ୍ୟକାଳ ସମୟରେ ଅନୈତିକ ଉପାୟ ଅବଲମ୍ବନ କରି ବ୍ୟାଙ୍କକୁ ୨୮ କୋଟି ଟଙ୍କା କ୍ଷତି ପହଁଚାଇଛନ୍ତି ।

{"id":146328}

ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ବ୍ୟାଙ୍କ ସଂପାଦକ ଅନନ୍ତ କୁମାର ସାମଲ ପୂର୍ବତନ ଏଜିଏମଙ୍କୁ ସମର୍ଥନ କରୁଛନ୍ତି । ସମବାୟ ବିଭାଗ ଜୟପୁର ସ୍ଥିତ ଡି.ଆର୍.ସି.ଏସ୍ ଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଅଭିଯୋଗକାରୀଙ୍କ ସହ କେସିସି ବ୍ୟାଙ୍କ ସଂପାଦକ ଓ ପୂର୍ବତନ ଏଜିଏମକୁ ଡାକି ଏ ସମ୍ପର୍କୀତ ଦସ୍ତାବିଜ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡି.ଆର୍.ସି.ଏସ୍ ।

ସେପଟେ ଏ ନେଇ ପୂର୍ବତନ ଏଜିଏମ୍ ବିନୋଦ ଷଢଙ୍ଗୀ କିଛି ମତାମତ  ଦେବାକୁ ମନା କରି ଦେଇଥିବା ବେଳେ ଅଭିଯୋଗକାରୀ ଉମାକାନ୍ତ ରଥଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି ବ୍ୟାଙ୍କ ସଂପାଦକ ଅନନ୍ତ କୁମାର ସାମଲ । ଅଭିଯୋଗକାରୀଙ୍କ ଅଭିଯୋଗରେ କୌଣସି ସତ୍ୟତା ନଥିବା ବେଳେ ଏ ସମସ୍ତ ଅଭିଯୋଗ ବହୁ ପୁରୁଣା ଓ ଏହାର ତଦନ୍ତ ଚାଲୁଛି ବୋଲି ସଂପାଦକ କହିଛନ୍ତି ।

ଉମାକାନ୍ତ ନିଜେ ଚାକିରି ସମୟରେ ୫ ଲକ୍ଷ ଟଙ୍କା ଋଣ ନେଇ ପରିଶୋଧ କରି ନଥିବାରୁ ଘଟଣାର ତଦନ୍ତ ଚାଲୁଛି । ତାଙ୍କ ଅବସର ଜନିତ କିଛି ଟଙ୍କାକୁ ବ୍ୟାଙ୍କ ତରଫରୁ ଅଟକା ଯାଇଥିବାରୁ ସେ ଏପରି ମିଥ୍ୟା ଅଭିଯୋଗ କରୁଥିବା ସଂପାଦକ ପାଲଟା ଅଭିଯୋଗ କରିଛନ୍ତି ।

ବ୍ୟାଙ୍କରେ ପ୍ରକୃତରେ ଦୁର୍ନୀତି ହୋଇଛି ନା ନାହିଁ ?  ତାହାତ ତଦନ୍ତ ପରେ ହିଁ  ଜଣା ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.