ରାମକୃପାଳ ଯାଦବଙ୍କ ବିରୋଧରେ ଲାଲୁ ଯାଦବଙ୍କ ଝିଅ ମିଶା ଭାରତୀ ଙ୍କ ବିବାଦୀୟ ବୟାନ; କହିଲେ ‘ଇଛା ହେଉଥିଲା ରାମକୃପାଳଙ୍କ ହାତ କାଟି ଦେଇଥାନ୍ତି’

Published By : Prameya-News7 Bureau | January 19, 2019 IST

ପାଟଣା ୧୯/୧ : ବିହାରର ରାଜଧାନୀ ପାଟଣାରେ ଏକ ରାଲିରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ତଥା ରାଜ୍ୟସଭା ସାଂସଦ ମିଶା ଭାରତୀ ଏକ ବୟାନ ଦେଇ ବିବାଦ ଘେରକୁ ଟାଣି ହୋଇଯାଇଛନ୍ତି | ମିଶା ଭାରତୀ ଏହି ବୟାନ ଲାଲୁ ପ୍ରସାଦ ଯାଦବଙ୍କ ନିକଟତର ତଥା ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳର ମନ୍ତ୍ରୀ ରାମକୃପାଳ ଯାଦବଙ୍କ ବିରୋଧରେ ଦେଇଛନ୍ତି |

ମିଶା ଭାରତୀ କହିଛନ୍ତି ଯେ, "ଯେତେବେଳେ ରାମକୃପାଳ ଯାଦବ ବିଜେପିରେ ସାମିଲ ହୋଇଥିଲେ ସେତେବେଳେ ମୁଁ ଅନୁଭବ କରିଥିଲେ ଯେ, ମୁଁ ତାଙ୍କ ହାତ କାଟି ଦେଇଥାନ୍ତି | ରାମକୃପାଳ ଆରଜେଡି ଛାଡି ବିଜେପିରେ ସାମିଲ ହେବା ଖବର ଶୁଣିବା ପରେ ମୁଁ ବହୁତ ରାଗି ଯାଇଥିଲି |"

ସୂଚନାଯୋଗ୍ୟ ଯେ, ରାମକୃପାଳ ଯାଦବ ଆଗରୁ ଚାରା କାଟୁଥିଲେ | ସେତେବେଳେ ମିଶା ଭାରତୀ ଏବଂ ଅନ୍ୟ ସମସ୍ତେ ତାଙ୍କୁ ତାଙ୍କୁ ବହୁତ ସମ୍ମାନ କରୁଥିଲେ | କିନ୍ତୁ ଯେଉଁଦିନ ସେ ସୁଶୀଲ ମୋଦିଙ୍କ ସହ ହାତ ମିଳାଇଥିଲେ, ସେହିଦିନଠାରୁ ତାଙ୍କ ପ୍ରତି ଥିବା ସମସ୍ତ ସମ୍ମାନ ନଷ୍ଟ ହୋଇଯାଇଥିଲେ ବୋଲି ଭାରତୀ କହିଛନ୍ତି | ସେତେବେଳେ ସେ ପୂର୍ବର ସମସ୍ତ କଥା ଭୁଲି ଯାଇଥିଲେ | ସେ ଆହୁରି କହିଛନ୍ତି ଯେ, ତାଙ୍କୁ ଏମିତି ରାଗ ଲାଗୁଥିଲା ଯେ, ଯେଉଁ ମେସିନରେ ସେ ଚାରା କାଟୁଥିଲେ ସେହି ମେସିନରେ ତାଙ୍କ ହାତ କାଟିଦେଇଥାନ୍ତେ |

{"id":75745}

ଆସନ୍ତା ଲୋକସଭା ନିର୍ବାଚନ ପାଇଁ ମିଶା ଭାରତୀ କହିଛନ୍ତି ଯେ, ଏଥର ତାଙ୍କ ଦଳ ହିଁ ଜିତିବ | କାରଣ ଗତଥର ନିର୍ବାଚନ ବେଳେ ତାଙ୍କୁ ସଜବାଜ ହେବାକୁ ସମୟ ମିଳିନଥିଲା | କିନ୍ତୁ ଏଥର ସେ ପୁରା ପ୍ରସ୍ତୁତି କରି ମଇଦାନକୁ ଓହ୍ଲାଇବେ ବୋଲି ଭାରତୀ କହିଛନ୍ତି |

ସୂଚନାଯୋଗ୍ୟ ଯେ, ରାମକୃପାଳ ଯାଦବ ୧୯୭୭ ମସିହାରେ ପ୍ରଥମେ ଛାତ୍ର ରାଜନୀତିରେ ଯୋଗ ଦେଇଥିଲେ | ୧୯୯୨ ମସିହାରେ ସେ ପ୍ରଥମଥର ପାଇଁ ବିହାର ବିଧାନସଭା ପରିଷଦର ସଦସ୍ୟ ହୋଇଥିଲେ | ୧୯୯୩ ମସିହାରେ ପ୍ରଥମଥର ପାଇଁ ଲୋକସଭା ସଦସ୍ୟ ହୋଇଥିଲେ | ୨୦୧୦ ମସିହାରେ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ ହୋଇଥିଲେ | ୨୦୧୪ ମସିହାରେ ବିଜେପି ପ୍ରତିଯୋଗୀ ଭାବେ ମଇଦାନକୁ ଓହ୍ଲାଇଥିଲେ ଏବଂ ଲୋକସଭା ସଦସ୍ୟ ଭାବେ ମନୋନୀତ ହୋଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.