ମିର୍ଜାପୁର ୨/୫: ଉତ୍ତରପ୍ରଦେଶର ମିର୍ଜାପୁରରୁ ପୋଲିସ୍ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଖୁଲାସା କରିଛି। ଯାଞ୍ଚରୁ ଜଣା ପଡ଼ିଛି ଯେ ମୃତକଙ୍କ ପ୍ରଥମ ପତ୍ନୀଙ୍କ ପୁଅ ଏବଂ ବୋହୂ ସମ୍ପତ୍ତିରେ ଭାଗ ପାଇବା ପାଇଁ ଷଡ଼ଯନ୍ତ୍ର ରଚିଥିଲେ ଏବଂ ରାଧେଶ୍ୟାମଙ୍କୁ ହତ୍ୟା କରିଥିଲେ। ପୋଲିସ୍ ଉକ୍ତ ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ସମସ୍ତଙ୍କୁ ଜେଲ୍ ପଠାଇ ଦିଆଯାଇଛି। କିନ୍ତୁ ଏହି ମାମଲାରେ କଥିତ ଅଭିଯୁକ୍ତ ଅନିଲ ସରୋଜଙ୍କ କୌଣସି ଭୂମିକା ନାହିଁ।
ମିର୍ଜାପୁରର ବିନ୍ଧ୍ୟାଞ୍ଚଳ ଅଞ୍ଚଳରେ ୨୦୨୦ ଅପ୍ରେଲ୍ ୧୧ତାରିଖରେ ହୋଇଥିବା ରାଧେଶ୍ୟାମ ମୌର୍ଯ୍ୟା ହତ୍ୟାକାଣ୍ଡ ପୂରା ଅଞ୍ଚଳରେ ହଇଚଇ ସୃଷ୍ଟି କରିଥିଲା। ପୋଲିସ୍ ଏହି ମାମଲାରେ ଅନିଲକୁ ଦୋଷୀ କହିଥିଲା। କିନ୍ତୁ ଏବେ ପୋଲିସ୍ କହୁଛି ଯେ ରାଧେଶ୍ୟାମଙ୍କ ହତ୍ୟାରେ ୬ଜଣଙ୍କୁ ଗିରଫ କରାଯାଇଛି,ଯେଉଁଥିରେ ତାଙ୍କ ପୁଅ ଏବଂ ବୋହୂ ମଧ୍ୟ ସାମିଲ ଅଛନ୍ତି। ଅଭିଯୁକ୍ତଙ୍କ ପାଖରୁ ପୋଲିସ୍ ୩ଟି ବନ୍ଧୁକ ସହ ଗୋଟିଏ ରିଭଲଭର ଏବଂ କାରତୁସ୍ ଜବତ କରିଛି।
ପୋଲିସ୍ କହିଛି ଯେ ରାଧେଶ୍ୟାମ ମୌର୍ଯ୍ୟା ତାଙ୍କ ଭଡ଼ା ଦୋକାନରେ ବସିଥିବାବେଳେ ବାଇକରେ ହତ୍ୟାକାରୀମାନେ ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ। ହତ୍ୟାର କାରଣ ସମ୍ପତ୍ତି ସମ୍ପତ୍ତି ଏବଂ ରାଧେଶ୍ୟାମଙ୍କ ତୃତୀୟ ବିବାହ।
ରାଧେଶ୍ୟାମ ପ୍ରଥମ ପତ୍ନୀ ସୀତା ଦେବୀଙ୍କୁ ୪୦ବର୍ଷ ତଳେ ଛାଡ଼ି ସାରିଥିଲା। ସେ ଆର୍ଯ୍ୟ ସମାଜର ଆଶ୍ରମ ଲୋହନ୍ଦୀରେ ରୁହନ୍ତି। ସୀତା ଦେବୀଙ୍କଠୁ ରାଧେଶ୍ୟାମଙ୍କ ପୁଅ ତୌଲନ୍ ଓରଫ ରାଜୁ ମୌର୍ଯ୍ୟ। ତୌଲନଙ୍କ ପତ୍ନୀ ସରିତା ଏବଂ ସେମାନେ ଗୋସାଇପୂରବାରେ ରୁହନ୍ତି। ମୃତକ ନିଜ ବଡ଼ ଭାଇ ମାଧବପ୍ରସାଦଙ୍କ ହତ୍ୟା କରି ଦେଇଥିଲେ ଏବଂ ପରେ ତାଙ୍କ ପତ୍ନୀ କଳାବତୀଙ୍କୁ ବିବାହ କରିଥିଲେ। ତାଙ୍କଠାରୁ ପୁଅ ରାଜେନ୍ଦ୍ର ଜନ୍ମ ହୋଇଥିଲା।
ଦ୍ବିତୀୟ ପତ୍ନୀଙ୍କ ମୃତ୍ୟୁ ପରେ ମୃତକ ରାଧେଶ୍ୟାମ ସୋନଭଦ୍ରରେ ରହୁଥିବା ସୁଙ୍ଗବତୀଙ୍କୁ ତୃତୀୟ ବିବାହ କରିଥିଲେ। ଯିଏ ନିଜ ପୁଅ ସୁରଜ ଏବଂ ଝିଅ ଅନିତାଙ୍କୁ ସାଙ୍ଗରେ ନେଇ ଆସିଥିଲେ। ରାଧେଶ୍ୟାମଙ୍କ ଦୁଇ ଝିଅ ଆଞ୍ଚଲ୍ ଏବଂ କାଜଲ୍ ଜନ୍ମ ହୋଇଥିଲେ। ମୃତକ ପ୍ରଥମ ପତ୍ନୀଙ୍କ ପୁଅ ତୌଲନଙ୍କୁ ସମ୍ପତ୍ତିରୁ କୌଣସି ଭାଗ ଦେଇନଥିଲେ।
ଏହା ପରେ ମୃତକ ଦ୍ବିତୀୟ ପତ୍ନୀଙ୍କ ପୁଅ ରାଜେନ୍ଦ୍ର ନାଁରେ ରାଜଗଡ଼ରେ ୧୪ଗୁଣ୍ଠ ଜମି କିଣିବାର ସୂଚନା ମିଳିଥିଲା। ମୃତକଙ୍କ ଯୋଜନା ଥିଲା ଯେ ସେ କଚରିୟା ନୂଆ ବସ୍ତିର ଘର ଏବଂ ଜାଗା ୩୦ଲକ୍ଷ ଟଙ୍କାରେ ବିକ୍ରି କରି ରାଜଗଡ଼ରେ ରହିବେ।
ଫଳରେ ତୌଲନ୍ ଏବଂ ତାଙ୍କ ପତ୍ନୀ ସରିତା ବୁଝି ସାରିଥିଲେ ଯେ ରାଧେଶ୍ୟାମ ତାଙ୍କୁ କିଛି ଭାଗ ଦେବେ ନାହିଁ। ସରିତା ନିଜ ଭାଇ ଜୟପ୍ରକାଶ ମୌର୍ଯଙ୍କୁ ୨୦ଦିନ ତଳେ ଡାକିଥିଲା ଏବଂ ତା’ର ମାଉସୀ ପୁଅ ଭାଇ ସୂରଜ ଏବଂ ଦୂର ସମ୍ପର୍କୀୟ ଅଜୟ ଏବଂ ପିଣ୍ଟୁ ବିଶ୍ବକର୍ମା ସହ ହତ୍ୟା ଷଡ଼ଯନ୍ତ୍ର ରଚିଥିଲା।
ଜାଗା ଭାଗ ବିକ୍ରି କରି ୨ଲକ୍ଷ ଟଙ୍କା ହତ୍ୟା ଆଭେଜରେ ସରିତା ଏବଂ ତୌଲନ ଦେବାର ପ୍ରତିଶ୍ରୃତି ଦେଇଥିଲେ। ଘଟଣା ଦିନ ଅଜୟ ମୌର୍ଯ୍ୟ ରାଧେଶ୍ୟାମଙ୍କ ଘର ଆଖପାଖରେ ପହଞ୍ଚି ତାଙ୍କ ଉପରେ ନଜର ରଖିଥିଲା। ରାଧେଶ୍ୟାମ ଶୋଇ ପଡ଼ିବାରୁ ଅଜୟ,ପିଣ୍ଟୁ,ସୂରଜ ଏବଂ ଜୟପ୍ରକାଶଙ୍କୁ ଇଶାରାରେ କହିଥିଲା ଏବଂ ନିଜେ ଅଳ୍ପ ଦୂରରେ ନଜର ରଖିଥିଲା। ଜୟପ୍ରକାଶ,ସୂରଜ ଏବଂ ପିଣ୍ଟୁ ବାଇକରେ ପହଞ୍ଚି ଗୁଟଖା ମାଗିବା ବାହାନାରେ ରାଧେଶ୍ୟାମଙ୍କୁ ଗୁଳି କରି ଦେଇଥିଲେ। ୩ରାଉଣ୍ଡ ଗୁଳି ଚଳାଇବା ପରେ ସେମାନେ ବାଇକରେ ସେଠାରୁ ଫେରାର ହୋଇଯାଇଥିଲେ।
ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବା ପାଇଁ ପୋଲିସ୍,ଏସଓଜି ଏବଂ ସର୍ଭିଲାନ୍ସ ଟିମ୍ ଲଗାଯାଇଥିଲା। ସମସ୍ତଙ୍କ ଫୋନ୍ ରେକର୍ଡ଼ ଏବଂ ଲୋକେସନ୍ ଟ୍ରାସ୍ କରିବା ପରେ ମାମଲା ସାମନାକୁ ଆସିଯାଇଥିଲା।