ଦର୍ପଣ ଭୂତ ଦୁନିଆକୁ ରାସ୍ତା ! ରହନ୍ତୁ ସତର୍କ, କେତେବେଳେ ବି ଘଟିପାରେ ଅତିଭୌତିକ କାଣ୍ଡ !

Published By : Prameya-News7 Bureau | October 30, 2018 IST

ଲସ୍‌ଏନଜଲ୍ସ ୩୦|୧୦: ଭୁତ, ପ୍ରେତ, ଆତ୍ମା, ପୁନର୍ଜନ୍ମକୁ ନେଇ ଏବେ ବି ବିଶାସ ଅଂଧବିଶ୍ବାସର ଛାଇ ଆଲୁଅ ଖେଳ ଚାଲିଛି ସମାଜରେ । କେବେ କିଏ ଏହାକୁ କେବଳ ଏକ ଅଂଧ ବିଶାସ ଏବଂ ମନର ଭୟ ବୋଲି କହୁଥିବାବେଳେ କେହି କେହି ଏହାର ପ୍ରମାଣ ଦେବାକୁ ବି ପଛାଇନାହାଁନ୍ତି ।  ଗୋଟିଏ ମିନିଟ ପାଇଁ ଏହାକୁ ଯଦି ବିଶ୍ବାସ କରାଯାଏ ତାହାଲେ ଜାଣି ରଖନ୍ତୁ ଯେ, ପ୍ରେତ ଦୁନିଆକୁ ପାର୍ଥିବ ଦୁନିଆ ସହ ଯୋଡିବା ପାଇଁ ମାଧ୍ୟମଟି ହେଉଛି ଆପଣଙ୍କ ଘରେ ଥିବା ଦର୍ପଣ । ବିଶ୍ବାସ ଅନୁସାରେ ଆପଣଙ୍କ ଘରେ ଥିବା ଦର୍ପଣ କୌଣସି ଆତ୍ମାର ଯିବା ଆସିବା ଦ୍ୱାର ହେଇପାରେ । ଯେଉଁବାଟ ଦେଇ ଆତ୍ମା ଯାଇ ପାରିବ ଓ ଆସି ମଧ୍ୟ ପାରିବ | ଆପଣ ଦେଖିଥିବେ ଯେ,  ଥରେ ଥରେ ଦର୍ପଣରେ ଆପଣ ନିଜ ପ୍ରତିବିମ୍ବ ସହିତ ଆଉ କାହାର ପ୍ରତିବିମ୍ବ ଥିଲା ଭଳି ଅନୁଭବ ହୋଇଥାଏ | ଏମିତି ପ୍ରାୟ ବିଳମ୍ବିତ ରାତିରେ ହିଁ ଅନୁଭୂତ ହୋଇଥାଏ | ମୟନ କ୍ୟାଲେଣ୍ଡର ଅନୁସାରେ ଏହା ଅନ୍ୟ ଦୁନିଆର ଏକ ଝରକା ସଦୃଶ | ଯାହାକୁ ଆମେ ସ୍ପିରିଟ ୱାର୍ଲଡ ବୋଲି କହିଥାଉ | ଦୁନିଆରେ ଅନେକ ଅନ୍ଧବିଶ୍ୱାସ ରହିଛି | ତା ଭିତରୁ କିଛି ଅନ୍ଧବିଶ୍ୱାସକୁ ନେଇ ଏଯାଏ ବି ବିଶ୍ୱାସ ରହିଛି | ଯେମିତିକି ରାତିରେ ଶୋଇବା ସମୟରେ ଘରେ ଥିବା ଦର୍ପଣକୁ ଘୋଡେଇ ଶୋଇବା ଉଚିତ | ନଚେତ ଏହି ଦର୍ପଣ ଦେଇ ଭୂତ କିମ୍ବା କୌଣସି ଆତ୍ମା ଘର ମଧ୍ୟକୁ ପ୍ରବେଶ କରିବାର ଆଶଙ୍କା ଥାଏ | ଆହୁରି ମଧ୍ୟ କୁହାଯାଏ ନିକଟ ଅତୀତରେ ମୃତ୍ୟୁ ହୋଇଥିବା ଲୋକ ବ୍ୟବହାର କରିଥିବା ଦର୍ପଣ ଘରେ ରଖିବା ଉଚିତ ନୁହେଁ | ଏହାକୁ ଅତିଶୀଘ୍ର ଘରୁ ଫୋପାଡ଼ି ଦେବା ଉଚିତ | ଏହା ଫଳରେ ମୃତ ବ୍ୟକ୍ତିଙ୍କ ଆତ୍ମା ରାତିର ଅନ୍ଧକାରରେ ଏହି ଦର୍ପଣରେ ବାନ୍ଧି ହୋଇ ରହିଯାଏ | ଆମେ କିଛି ହିନ୍ଦୀ ଚଳଚିତ୍ରରେ ମଧ୍ୟ ଦେଖିଛୁ ଯେ, ଆତ୍ମା ଦର୍ପଣ ଦେଇ ଗତି କରିଥାଏ ଏବଂ ଦର୍ପଣ ଭିତରେ ରହିଯାଏ ମଧ୍ୟ | କାଇଁ ନା ଦର୍ପଣ ବାଟ ଦେଇ ଯାଇଥାଏ ସ୍ପିରିଟ ୱାର୍ଲଡ | ହାଇଦ୍ରାବାଦରେ ଥିବା ରାମୋଜୀ ଫିଲ୍ମ ସିଟି ଏକ ବହୁ ପୁରୁଣା ଜାଗା ଉପରେ ତିଆରି ହୋଇଛି | ଜାଗାଟି ନିଜାମଙ୍କ ଅମଳର | ତେବେ ଏଠାରେ ବହୁ ସମୟରେ ବହୁ ହିନ୍ଦୀ, ଓଡ଼ିଆ, ତେଲୁଗୁ ଫିଲ୍ମର ସୁଟିଂ ହୋଇଥାଏ | ତେବେ ସୁଟିଂ ବେଳେ ଡ୍ରେସିଂ ରୁମରେ ସଜ ହେଉଥିବା ହିରୋଇନମାନେ ବହୁ ଅଜବ ଅଜବ ଶବ୍ଦ ଶୁଣିଥାନ୍ତି, ସେଠାକାର ଦର୍ପଣରେ ଅଦ୍ଭୁତ ଛାଇ ଦେଖିଥାନ୍ତି ବୋଲି ସେମାନେ ନିଜେ କହିଛନ୍ତି | ଆହୁରି ମଧ୍ୟ ଶୁଣିବାକୁ ମିଳିଛି ଯେ, ଅଚାନକ ଡ୍ରେସିଂ ରୁମ ଭିତରକୁ ଯିବାବେଳେ ସେମାନେ ଦର୍ପଣରେ ଏକ ସ୍କ୍ରାଚ ଦେଖିଥାନ୍ତି କିନ୍ତୁ କିଛି ସମୟ ପରେ ଏହା ଉଭେଇ ଯାଇଥାଏ | ଆହୁରି ମଧ୍ୟ ଦେଖାଯାଏ ଅନ୍ଧାର ଘରେ ମହମବତୀ ଜଳାଇ ଦର୍ପଣ ଆଗକୁ ଗଲେ ଲାଗେ ଯେମିତି କେହି ଜଣେ ପଛପଟେ ଛିଡା ହୋଇଛି ଏବଂ ଛିଡା ହେଇକି କିଛି କହିବାକୁ ଚେଷ୍ଟା କରୁଛି | ଆମେରିକାରେ ଡ଼.ରେମଣ୍ଡ ମୁଡି, ନିଜର ପ୍ରିୟ ଲୋକଙ୍କ ସହିତ ଦର୍ପଣ ମାଧ୍ୟମରେ ଯୋଗାଯୋଗ କରେଇପାରୁଥିବା ଯୋଗୁଁ ବହୁତ ଜଣାଶୁଣା | ତେବେ ସେ କୁହନ୍ତି ଯଦି ଆପଣଙ୍କର ବିଶ୍ୱାସ ଦୃଢ ଏବଂ ପାଇବାର ଇଛା ଶକ୍ତି ଅଛି ତାହେଲେ ଆପଣ ଦର୍ପଣରେ ନିଜ ଆଙ୍ଗୁଠି ଟିପ ମାରି ଏହା ଅନୁଭବ କରିପାରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.