ଆସନ୍ତୁ ଜାଣିବା ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ବଂସ କରିଥିବା ମିରାଜ-୨୦୦୦ ଯୁଦ୍ଧ ବିମାନ ଏବଂ ଏହାର ଶକ୍ତି ବିଷୟରେ

Published By : Prameya-News7 Bureau | February 26, 2019 IST

ନୂଆଦିଲ୍ଲୀ ୨୬/୨: ଫେବୃୟାରୀ ୧୪ରେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ଠିକ୍ ୧୨ଦିନ ପରେ ଭାରତ ନିଜର ପ୍ରତିଶୋଧ ନେଇଛି। କେବଳ ନିନ୍ଦା ନୁହେଁ ଯାହା ଭାରତ କହିଥିଲା ତାହା କରି ଦେଖାଇଲା। ଫେବୃଆରୀ ୨୬ତାରିଖ ଅର୍ଥାତ ଆଜି ସକାଳେ ଭାରତର୧୨-ମିରାଜ-୨୦୦୦ ବିମାନ ନିଜର ଶକ୍ତି ଦେଖାଇଥିଲା ଏବଂ ଆତଙ୍କବାଦୀଙ୍କୁ ସେମାନଙ୍କ ଔକାତ। ଭାରତୀୟ ବାୟୁସେନା ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ପାକ୍ ଅଧିକୃତ କାଶ୍ମୀରରେ ଜୈସର ଆତଙ୍କବାଦୀ ସଙ୍ଗଠନରେ ଆକ୍ରମଣ କରିଥିଲା ଏବଂ ସମ୍ପୂର୍ଣ୍ଣ ଭାବେ ସେମାନଙ୍କୁ ଧ୍ବଂସ କରିଥିଲା। ଏଥର ଏହି ଆକ୍ରମଣ ଏୟାର ଷ୍ଟ୍ରାଇକ୍ ଜରିଆରେ ହୋଇଥିଲା। ପାକିସ୍ତାନ ଅଧିକୃତ କାଶ୍ମୀରରେ ପଶି ଆତଙ୍କବାଦୀ ସଙ୍ଗଠନର ଶିବିର ଉପରେ ଭାରତୀୟ ବାୟୁ ସେନା ଆକ୍ରମଣ କରିଥିଲେ। ଏବଂ ଏହି ଅପରେସନକୁ ସଫଳ କରିଥିଲା ମିରାଜ-୨୦୦୦। ଆସନ୍ତୁ ଜାଣିବା ମିରାଜ-୨୦୦୦ ଏବଂ ଏହାର ଶକ୍ତି ବିଷୟରେ।

ମିରାଜ-୨୦୦୦ବିମାନ ଭାରତର ଶକ୍ତିଶାଳୀ ଏବଂ ଲଢ଼ୁଆ ବିମାନ ଯାହା ନିମିଷକ ମଧ୍ୟରେ ଶତ୍ରୃଙ୍କୁ ଆକ୍ରମଣ କରିଥାଏ। ଫ୍ରାନ୍ସର ଡିସଲ୍ଟ କମ୍ପନୀ ଦ୍ବାରା ନିର୍ମିତ ମିରାଜ-୨୦୦୦ ଲଢ଼ୁଆ ବିମାନ ଯାହାର ନାଁ ବଜ୍ର ରଖା ଯାଇଛି। ମିରାଜ ଲଢ଼ୁଆ ବିମାନ ଲେଜର ଗାଇଡେଡ ବୋମା ଦ୍ବାରା ଆକ୍ରମଣ କରିବାରେ ସକ୍ଷମ ହୋଇଥାଏ। କୁହାଯାଉଛି ଯେ ଭାରତୀୟ ବାୟୁ ସେନା ଆତଙ୍କବାଦୀ ଆଡ୍ଡାରେ ଆକ୍ରମଣ ପାଇଁ ଏହି କୈାଶଳ ଅବଲମ୍ବନ କରିଥିଲେ।

୧୯୮୫ରେ ମିରାଜ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା। କାରଗିଲ ଯୁଦ୍ଧରେ ମିରାଜ ପାକିସ୍ତାନକୁ ପରାସ୍ତ କରିଥିଲା। ନୂତନ ମିରାଜରେ ରାଡାର ଏବଂ ଇଲେକ୍ଟ୍ରୋନିକ୍ ସିଷ୍ଟମ୍ ଲାଗିଛି,ଯାହା ଦ୍ବାରା ଏହି ବିମାନର ମାରକ ଏବଂ ଲକ୍ଷ୍ୟଭେଦ କ୍ଷମତା ଆହୁରି ବଢ଼ିଯାଇଛି। ମିରାଜ-୨୦୦୦ର  ସର୍ବାଧିକ ବେଗ ଘଣ୍ଟାକୁ ୨,୪୯୫କିଲୋମିଟର। ଅତି ଛୋଟ ରନଓ୍ବେରେ ମଧ୍ୟ ଏହା ଉଡ଼ି ପାରିଥାଏ। ନିଜ ଓଜନ ହିସାବରେ ବୋମା ଏବଂ ମିସାଇଲ୍ ଛାଡ଼ିଥାଏ ମିରାଜ-୨୦୦୦। ଭୂମିରେ ଏକା ସହିତ ଦୁଇଟି ଭିନ୍ନ ଭିନ୍ନ ଲକ୍ଷ୍ୟରେ ପ୍ରହାର କରିଥାଏ ମିରାଜ-୨୦୦୦। ଏହାର ଓଜନ ୭,୫୦୦କିଲୋଗ୍ରାମ୍। ଅସ୍ତ୍ରଶସ୍ତ୍ର ସହିତ ଏହା ୧୩,୮୦୦କିଲୋଗ୍ରାମ୍ ହୋଇଯାଇଥାଏ।        

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.