ଏପରି ଏକ ମନ୍ଦିର; ଯେଉଁଠି ମୂର୍ତ୍ତିରେ ରହିଛି ମଣିଷଙ୍କ ପରି ଚର୍ମ ଏବଂ କେଶ

Published By : Prameya-News7 Bureau | February 02, 2024 IST

ନୂଆଦିଲ୍ଲୀ ୦୨।୦୨: ସାରା ଦେଶରେ ଅନେକ ସ୍ଥାନରେ ଲକ୍ଷ୍ମୀ ନୃସିଂହ ସ୍ବାମୀଙ୍କର ଅନେକ ମନ୍ଦିର ରହିଛି । କିନ୍ତୁ ଭଗବାନ ସ୍ବାମୀଙ୍କର ଏପରି ଏକ ମୂର୍ତ୍ତି ରହିଛି, ଯାହା ଜୀବନ୍ତ । ଏହି ମୂର୍ତ୍ତିରେ ମଣିଷଙ୍କ ପରି କେଶ ରହିଛି ଏବଂ ମୂର୍ତ୍ତିକୁ ଛୁଇଁଲେ ମଣିଷଙ୍କ ଚର୍ମ ପରି ନରମ ଲାଗେ ।

{"id":903813,"width":840,"height":1120,"sizeSlug":"full","linkDestination":"none"}

ମନ୍ଦିରଟି ତେଲେଙ୍ଗାନାର ହିମାଚଳ ଜଙ୍ଗଲରେ ରହିଛି । ଯାହା ଭଗବାନ ନୃସିଂହଙ୍କୁ ସମର୍ପିତ । ପଥରରେ ନିର୍ମିତି ଏହି ମୂର୍ତ୍ତିଟି ଜୀବନ୍ତ ମୂର୍ତ୍ତି । ମୂର୍ତ୍ତିକୁ ଛୁଇଁଲେ ମନୁଷ୍ୟ ଶରୀର ପରି ଅନୁଭବ ହୁଏ । ଏଠାକାର ପୁରୋହିତଙ୍କ କହିବା କଥା ହେଉଛି ଭଗବାନ ନୃସିଂହଙ୍କ ମୂର୍ତ୍ତିରୁ ଝାଳ ପରି ପାଣି ବାହାରିଥାଏ । ଆଉ ଏହାକୁ ଏକାଠି କରି ଭକ୍ତଙ୍କୁ ପ୍ରସାଦ ଭାବରେ ବଣ୍ଟାଯାଏ ।

{"id":903814,"width":840,"height":715,"sizeSlug":"full","linkDestination":"none"}

ଅନେକ ସମୟରେ ଏହି ମୂର୍ତ୍ତିରୁ ରକ୍ତ ବାହାରୁଥିବା ମଧ୍ୟ ଦେଖାଯାଇଛି । ଯାହାକି ଗାଢା ଲାଲ୍‌ ରଙ୍ଗର ତରଳ ପଦାର୍ଥ ଅଟେ । ଭଗବାନ ନୃସିଂହଙ୍କୁ ଏଠାରେ ବେଦ ଅନୁସାରେ ପୂଜା କରାଯାଏ । ମନ୍ଦିରଟି ତେଲେଙ୍ଗାନା ମଲ୍ଲୁରର ୱାରଙ୍ଗାଲ ଜିଲ୍ଲାରେ ରହିଛି ।

{"id":903815,"width":840,"height":648,"sizeSlug":"full","linkDestination":"none"}

ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହି ମନ୍ଦିର ଶ୍ରୀ ହିମାଚଳା ଲକ୍ଷ୍ମୀ ନୃସିଂହ ସ୍ବାମୀ ଦେବାଳୟମ୍‌ ନାଁରେ ପ୍ରସିଦ୍ଧ ।  ମନ୍ଦିରରେ ଭଗବାନ ନୃସିଂହଙ୍କୁ ତାଙ୍କ ଜୀବନ୍ତ ରୂପରେ ପୂଜା କରାଯାଏ । ଆଉ ଭଗବାନଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି ।

You Can Read:

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.