ଟୋକିଓ ଅଲିମ୍ପିକରେ ଭାରତର ବିଜୟ ଅଭିଯାନ ଆରମ୍ଭ, ଭାରତ୍ତୋଳକରେ ଚାନୁଙ୍କୁ ରୌପ୍ୟ

Published By : Prameya-News7 Bureau | July 24, 2021 IST

ଜାପାନ ୨୪/୭: ଟୋକିଓ ଅଲିମ୍ପିକ୍ସରେ ଭାରତର ଅଭିଯାନ ଆରମ୍ଭ । ପ୍ରଥମ ପଦକ ଭାବେ ରୌପ୍ୟ ପଦକ ହାସଲ କରିଛନ୍ତି ମାରା ବାଈ ଚାନୁ । ଭାରତ୍ତୋଳକରେ ପ୍ରଥମ ପଦକ ହାସଲ କରିଛି ଭାରତ । ୪୯ କେଜି ଭାରତ୍ତୋଳକରେ ସେ ଏହି ପଦକ ହାସଲ କରିଛନ୍ତି । ଆଉ ପଦକ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ଖେଳାଳି । ମୀରାବାଇ ଚାନୁ ତାଙ୍କର ଦ୍ୱିତୀୟ ପ୍ରୟାସରେ ୧୧୫ କିଲୋଗ୍ରାମ ଉଠାଇବାରେ ସଫଳ ହୋଇଥିଲେ ।

wp:html /wp:html

ତେବେ ସେ ତୃତୀୟ ପ୍ରୟାସରେ ବିଫଳ ହୋଇଥିଲେ । ଫଳରେ ସ୍ୱର୍ଣ୍ଣ ପଦକ ରେସରୁ ସେ ବାଦ ପଡିଛନ୍ତି । ମୀରାବାଈ ଚାନୁ ସ୍ନାଚ୍ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେପଟେ ଆଉ ଏକ ପଦକ ଦାବିଦାର ଦୌଡରେ ଅଛନ୍ତି ସୌରଭ ଚୌଧୁରୀ । ୧୦ ମିଟରେ ଏୟାର ରାଇଫଲରେ ସେ ନିଜର ଚମତ୍କାର ପ୍ରଦର୍ଶନ ଦେଇଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.