କଳା ବଜାରୀଙ୍କୁ ଚେତାଇଲେ ମନ୍ତ୍ରୀ, କହିଲେ ନମାନିଲେ ଆଇନ ଅନୁଯାୟୀ ନିଆଯିବ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | March 05, 2022 IST

ଆଠଗଡ଼ ୦୫/୦୩: ଆଠଗଡ଼, ଋଷୁ ଓ ୟୁକ୍ରେନ ଯୁଦ୍ଧର ପ୍ରଭାବ ପଡିଛି ଏବେ ସାରା ଦେଶରେ । ବିଶେଷ କରି ଋଷ ଏବଂ ୟୁକ୍ରେନରୁ ଆମଦାନୀ ହେଉଥିବା 90%ଖାଇବା ତେଲର ପ୍ରଭାବ ସିଧସଳଖ ଭାବରେ ପଡିଛି ସାଧାରଣ ଲୋକଙ୍କ ଉପରେ । ହୁ ହୁ ହୋଇ ବଢ଼ୁଛି ଏବେ ଖାଇବା ତେଲ ।

ଧିରେ ଧିରେ କଳା ବାଜାରି ହେବାରେ ଲାଗିଛି ନିତିଦିନିଆ ବ୍ୟବହୃତ ଖାଇବା ତେଲ । ଅନ୍ୟପଟେ ଏଥି ପ୍ରତି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ସହ ରାଜ୍ୟର ସମସ୍ତ ଜିଲ୍ଲାପାଳ ମାନଙ୍କୁ ଚିଠି ଦିଆଯାଇ ତଦାରଖ ପାଇଁ କୁହାଯାଇଛି ।

ଏହି ଘଡିସନ୍ଧି ସମୟରେ କେନ୍ଦ୍ର ସରକାର ବିଦେଶରୁ ଆମଦାନୀ ହେଉଥିବା ଆତ୍ୟାଆବଶ୍ୟକ ସାମଗ୍ରୀ ଖାଇବା ତେଲ ଇତ୍ୟାଦି ରୁ ସେସ୍ ତଥା Gst ଛାଡ କରିବା ଆବଶ୍ୟକ ହୋଇପଡିଛି , ଏଥି ସହିତ ଯେଉଁ ବ୍ୟବସାୟୀ ମାନେ କଳା ବାଜରୀ କରୁଛନ୍ତି ସେମାନଙ୍କ ଉପରେ ଆଇନି ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.