ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ବିଳମ୍ୱରେ ଯାଉଥିବା ଶିକ୍ଷୟିତ୍ରୀଙ୍କୁ ରାସ୍ତାରେ ଅଟକାଇଲେ ମନ୍ତ୍ରୀ, ୮ ଶିକ୍ଷକଙ୍କ ଦରମା ବନ୍ଦ ନିର୍ଦ୍ଦେଶ

27/06/2022 at 1:10 PM

ନିମାପଡା ୨୭/୦୬: ଆକ୍ସନ ମୁଡରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଗତ କିଛିଦିନ ହେବ ବିଭିନ୍ନ ଜିଲ୍ଲା ଗସ୍ତ କରି ଶିକ୍ଷା ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି । ଏହି ପରପ୍ରେକ୍ଷୀରେ ସେ ଆଜ ନିମାପଡା ଗସ୍ତ କରିଛନ୍ତି । ଯାଉଥିବା ସମୟରେ ପିପିଲି ଟୋଲ ଗେଟ୍ ନିକଟରେ ଦିନ ୧୦.୨୦ସମୟରେ ଦୁଇଜଣ ଶିକ୍ଷୟତ୍ରୀ ରାସ୍ତାରେ ସ୍କୁଟିରେ ଯାଉଥିବାର ଦେଖିଥିଲେ ।

ହଠାତ୍ ରାସ୍ତାରେ ଶିକ୍ଷୟତ୍ରୀ ଦ୍ୱୟଙ୍କୁ ଅଟକାଇ ପଚାରିଲେ ଏତେ ଲେଟ୍ କାହିଁକି । କାହିଁକି ବିଳମ୍ୱରେ ସ୍କୁଲ ଯାଉଥିବା କଥା ପଚାରିଥିଲେ । ଶିକ୍ଷୟିତ୍ରୀ ଦୁହେଁ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ । ପରେ ପିପିଲି ନିମାପଡା ମୁଖ୍ୟରାସ୍ତା ଜଗନ୍ନାଥପୁର ୟୁପି ସ୍କୁଲ ଅଚାନକ ଗସ୍ତ କରିଥିଲେ ।

ସେଠାରେ ସେଭଳି ସମାନ ଘଟଣା ଦେଖିବାକୁ ପାଇଥିଲେ । ସକାଳ ୧୦.୨୩ରେ ମଧ୍ୟ ପିଲାମାନେ ହତାରେ ଏଣେ ତେଣେ ବୁଲୁଥିବାର ଦେଖିଥିଲେ । ଶିକ୍ଷକ ମାନେ ଅଫିସ ଭିତରେ ଏକାଠି ବସି କଥା ହଉଥିବାର ବି ନଜର ଆସିଥିଲେ । ସେତିକି ନୁହେଁ ସ୍କୁଲର ପ୍ରଧାନ ଶିକ୍ଷକ ଗାଡି ଧରି ବାହାରକୁ ଯିବାକୁ ବାହାରୁଥିଲେ, ମନ୍ତ୍ରୀଙ୍କୁ ଦେଖି ହଠାତ୍ ଅଟକିଥିଲେ ।

ଏହାସହ ସ୍କୁଲର କାଗଜ ପତ୍ର ରେ ମଧ୍ୟ ଅନିୟମିତତା ଦେଖିବାକୁ ପାଇଥିଲେ । ଏପରି ଅବ୍ୟବସ୍ଥା ଦେଖିବା ପରେ DEO ଓ BEO ଙ୍କୁ ଫୋନ କରି ଏହି ସ୍କୁଲର ୮ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଦରମା ବନ୍ଦର ନୋଟିସ କରିବାକୁ ନିର୍ଦେଶ ଦେଇଥିଲେ ।

   Related Posts