ଚିକିତ୍ସା ଅବହେଳାରୁ ନାବାଳକଙ୍କ ମୃତ୍ୟୁ ଅଭିଯୋଗ, ସ୍ୱାସ୍ଥ୍ୟକେନ୍ଦ୍ରରେ ଚାପା ଉତ୍ତେଜନା

Published By : Prameya-News7 Bureau | February 29, 2024 IST

ନାରାୟଣପାଟଣା ୨୯।୨: ଚିକିତ୍ସା ଅବହେଳାରୁ ୯ ବର୍ଷ ବୟସ୍କ ନାବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି I କୋରାପୁଟ ଜିଲ୍ଲା ନାରାୟଣପାଟଣା ଗୋତିଗୁଡ଼ା ଗ୍ରାମରୁ ଆସିଛି ଏଭଳି ଅଭିଯୋଗ ।

ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ନାରାୟଣପାଟଣା ଗୋତିଗୁଡ଼ା ଗ୍ରାମରୁ ଆହେଲ ବିଡ଼ିକାଙ୍କୁ ବୁଧବାର ଜ୍ଵର ହୋଇଥିବା ବେଳେ ନାରାୟଣପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।  ମ୍ୟାଲେରିଆ ହୋଇଥିବା କହି କିଛି ଟ୍ୟାଵଲେଟ ଦେଇଥିଲେ I ପୁଣି ଗୁରୁବାର ପାହାନ୍ତିଆରେ ଗୁରୁତର ହେବାରୁ ମେଡିକାଲକୁ ନେଇଥିଲେ ମଧ୍ୟ ଉପଯୁକ୍ତ ଚିକିତ୍ସା ପାଇପାରି ନଥିଲେ I କୋରାପୁଟ ସ୍ଥାନାନ୍ତର କରାଯାଇଥିବା ବେଳେ ୧୦୮ ଆମ୍ବୁଲାନ୍ସ ଦ୍ୱାରା ନିଆଯାଉଥିବା ବେଳେ ବାଟରେ ମୃତ୍ୟୁ ହୋଇଥିବାରୁ ଶବକୁ ନେଇ ଲୋକେ ତାତି ଉଠିଥିଲେ I ରୋଗୀକୁ ଅକ୍ସିଜେନ୍ ମଧ୍ୟ ଦିଆ ଯାଇନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ I ଏପରିକି ସ୍ୱାସ୍ଥ୍ୟକେନ୍ଦ୍ରରେ ଚାପା ଉତ୍ତେଜନା ଦେଖାଦେଇଛି I ପୋଲିସ ମଧ୍ୟ ମୁତୟନ ହୋଇଥିଲେ I ଅନ୍ୟପଟେ ଅବହେଳାକୁ ଅସ୍ବୀକାର କରିଛନ୍ତି ଡ଼ଃ ବିମଳ ବାଗ I

You Can Read :

wp:embed {"url":"https://www.prameyanews7.com/forest-department-official-raid-at-illegal-saw-mill-in-bhadrak/","type":"wp-embed","providerNameSlug":"prameya-news-7"}
https://www.prameyanews7.com/forest-department-official-raid-at-illegal-saw-mill-in-bhadrak/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.