ଚକୋଲେଟ ଖାଇ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀ ଅସୁସ୍ଥ: ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | January 21, 2019 IST

ଅନୁଗୋଳ ୨୧|୧: ଚକୋଲେଟ ଖାଇ ୪ର୍ଥ ଓ ୫ମ ଶ୍ରେଣୀର ୧୦ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ଅନୁଗୁଳ କୁମଣ୍ଡଚଣ୍ଡି ବଜାରସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏହି ଘଟଣା। ସାଙ୍ଗ ଜନ୍ମଦିନରେ ଚକୋଲେଟ ଖାଇ ଅସୁସ୍ଥ ହୋଇପଡିଥିବା ଛାତ୍ରଛାତ୍ରୀଙ୍କୁ  ଅନୁଗୋଳ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ଏବେ ସାମାନ୍ୟ ଭଲ ରହିଛି ।ବିଦ୍ୟାଳୟର ଜଣେ ୪ର୍ଥ ଶ୍ରେଣୀ ଛାତ୍ରର ଆଜି ଜନ୍ମଦିନ ଥିଲା। ସେ ହ୍ୱାଇଟ ବାର ଭଳି ଚକେଲେଟ ଆଣି ପିଲଙ୍କ ଭିତରେ ବାଣ୍ଟିଥିଲା। ୪ର୍ଥ ଓ ୫ମ ଶ୍ରେଣୀର ୨୦ଜଣ  ଛାତ୍ରଛାତ୍ରୀ ଏହି ଚକୋଲେଟ ଖାଇଥିଲେ।

{"id":76527}

ସେମାନଙ୍କ ମଧ୍ୟରୁ ୧୦ ଛାତ୍ରଛାତ୍ରୀଙ୍କ ବାନ୍ତି ହୋଇଥିବାବେଳେ ମୁଣ୍ଡ ମଧ୍ୟ ବୁଲାଇଥିଲା। ଫଳରେ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ବର୍ତ୍ତମାନ ଛାତ୍ର ଛାତ୍ରୀଙ୍କ ଅବସ୍ଥାରେ ଉନ୍ନତ୍ତି ପରିଲକ୍ଷିତ ହେଉଛି। ତେବେ ଅସୁସ୍ଥ ଛାତ୍ରଛ୍ତ୍ରୀଙ୍କ ଅବିଭାବକମାନେ ସ୍କୁଲ ପ୍ରଶାସନ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ, ପିଲାଙ୍କୁ କିଏ କଣ ଆଣି ଦେଉଛନ୍ତି ସେ ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷ ଧ୍ୟାନ ଦେବା କଥା।     

{"id":76528}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.