ଲିଫ୍ଟ ଦେବା ବାହାନାରେ ଭାଇଠାରୁ ଅଲଗା କରିନେଇ ନାବାଳିକାକୁ ଜଙ୍ଗଲରେ ଦୁଷ୍କର୍ମ : ପିଡୀତାଙ୍କ ବୟାନ ରେକର୍ଡ, ଦୁଷ୍କର୍ମକାରୀ ଫେରାର

Published By : Prameya-News7 Bureau | February 09, 2019 IST

ଜୟପୁର୯|୨: ଲିଫ୍ଟ ଦେବା ବାହାନାରେ ଭାଇଠାରୁ ଅଲଗା କରିନେଇ ନାବାଳିକା ସହ ଦୁଷ୍କର୍ମ । ଆଉ ଦୁଷ୍କର୍ମ ପରେ ମୂମୁର୍ଷ ଅବସ୍ଥାରେ ପୀଡିତାକୁ ଜଂଗଲରେ ଛାଡି ଚାଲିଗଲା ଅଭିଯୁକ୍ତ।ପୀଡିତାକୁ ଜଂଗଲରୁ ଗ୍ରାମବାସୀ ଉଦ୍ଧାର କରିବା ପରେ ପରିବାର ଲୋକ ଏ ନେଇ ଜୟପୁର ସଦର ଥାନାରେ ଅଭିଯୋଗ କରିଛନ୍ତ।ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳକୁ ଯାଇ ପ୍ରମାଣ ସଂଗ୍ରହ କରିଛନ୍ତି।ପୀଡିତାର ବୟାନ ବି ଧାରା ୧୬୪ରେ ରେକର୍ଡ କରଯାଇଛି।ପୋଲିସ ଅଭିଯୁକ୍ତକୁ କାବୁ କରିବାକୁ ବିଭିନ୍ନ ସ୍ଥାନରେ ଛାପା ମାରିଛି ତଥାପି ଘଟଣାରେ ଦୁଇ ଦିନ ପରେ ବି ଅଭିଯୁକ୍ତ ପୋଲିସ ପଂଝାରୁ ବାହାରେ।

{"id":83588,"width":593,"height":329}

-ପ୍ରଥମେ ଲିଫ୍ଟ ଦେବା ବାହାନାରେ ଭାଇଠାରୁ ଭଉଣୀକୁ ଅଲଗା କଲା ଦୁଷ୍କର୍ମକାରୀ । ଆଉ ତାପରେ ନିକଟସ୍ଥ ଜଂଗଲକୁ ନେଇ ନାବାଳିକାକୁ ଧମକ ଚକମ ଦେଇ ଜୋର ଜବରଦସ୍ତ ଦୁଷ୍କର୍ମ।ଏପରି କିଛି ସଂଗୀନ  ଅଭଯୋଗ ପରିବାର ଲୋକ କରିଛନ୍ତି ଜୟପୁର ସଦର ଥାନାରେ।

{"id":83589,"width":593,"height":333}

ଅଭିଯୋଗ ଗତ ୭ ତାରିଖ ସଂଧ୍ୟାରେ ହୋଇଥିବା ବେଳେ ଘଟଣାକୁ ଆଜି ୨ ଦିନ ପୁରିଛି।ଅଭିଯୋଗ ପାଇବା ପରେ ପୋଲିସ ଘଟଣାସ୍ଥଳକୁ ପୀଡିତା ଓ ତାଙ୍କ ପରିବାରରୁ ରାତିରେ ହିଁ ତଥ୍ୟ ସଂଗ୍ରହ କରିଥିଲା।ପୀଡିତା ସେଠାରେ ଛାଡିଥିବା ଜୋତାକୁ ପୋଲିସ ଉଦ୍ଧାର କରିଛି। ଗତ କାଲି ସାଇଣ୍ଟିଫିକ ଘଟଣା ସ୍ଥଳକୁ ଯାଇ ପ୍ରମାଣ ସଂଗ୍ରହ କରିବା ପରେ ପୀଡିତାର ଡାକ୍ତରୀ ମାଇନା ପରେ ଧାରା ୧୬୪ରେ ଜୟପୁର କୋର୍ଟରେ ତାର ବୟାନ ବି ରେକର୍ଡ ହୋଇଛି।

{"id":83587,"width":597,"height":336}

ପୋଲିସ ଅଭିଯୁକ୍ତକୁ ଚିହ୍ନଟ କରି ସାରିଛି।ଅଭିଯୁକ୍ତ ଜଣଙ୍କ ରାହୁଲ ଯାଦବ ଓ ତାର ଘର ଜଗଦଲପୁରରେ।କିନ୍ତୁ ସେ ଜୟପୁରର ବିଭିନ୍ନ ସ୍ଥାନରେ ରହି ରଂଗ ମିସ୍ତ୍ରୀ ଭାବେ କାମ କରେ।ବିଭିନ୍ନ ଅପରାଧୀକ ମାମଲା ତା ନାଁରେ ଥିବା ବୋଲି କହିଛି ପୋଲିସ। ଅଭିଯୁକ୍ତକୁ ଧରିବାକୁ ପୋଲିସ ଜୟପୁର ଠାରୁ ଆରମ୍ଭ ଜଗଦଲପୁର ପର୍ଯ୍ୟନ୍ତ ଚଢାଉ ଜାରି ରଖିଛ।ତଥାପି ପୋଲିସର ହାତ ଖାଲି।

{"id":83585,"width":593,"height":329}

ସୂଚନାଯୋଗ୍ୟ ଯେ, ଗତ ୭ ତାରିଖ ଦିନ ୧୧ଟା।ଏହି ସମୟରେ ଦୁଇ ନାବାଳିକା ଭାଇ ଭଉଣୀ ଜୟପୁର ନିକଟସ୍ଥ କୁସୁମପୁଟରୁ ନିଜ ଗାଁ ବାମୁଣୀପୁଟକୁ ସାଇକଲ ଯୋଗେ ଫେରୁଥିଲେ।ଅଧା ରାସ୍ତାରେ ସାଗରମୁଣ୍ଡା ପାଖରେ ସେମାନଙ୍କୁ  ଅଭିଯୁକ୍ତ ଭେଟ ହୋଇଥିଲା।ସେ ମଟର ସାଇକେଲରେ ଏକା ଜୟନଗର ଯାଉଥିବାରୁ  ପୀଡିତାକୁ ଜୟନଗର ଠାରେ ଛାଡି ଦେବାକୁ କହିଥିଲା।ନାବାଳକ ଭାଇ ସହ ଅଭିଯୁକ୍ତ ରଂଗ ମିସ୍ତ୍ରୀ ଭାବେ କାମ କରୁଥିବାରୁ ଭାଇ ଏଥିରେ ରାଜି ହୋଇ ଯାଇଥିଲା ନାବାଳକ ଭାଇ।ଆଉ ଏହାର ସୁଯୋଗ ନେଇ ଅଭିଯୁକ୍ତ ପୀଡିତାକୁ ଲିଫ୍ଟ ବାହାନାରେ ନିଜ ମଟର ସାଇକେଲରେ ବସାଇବା ପରେ ନିକଟସ୍ଥ ଦାମାପୁଟ ଜଂଗଲକୁ କୌଶଳ କ୍ରମେ ନେଇ ଯାଇଥଲା।

{"id":83586,"width":597,"height":336}

ସେଠାରେ ନାବାଳିକା ସହ ଦୁଷ୍କର୍ମ କରିବା ସହ ତାକୁ ସେହି ଜଂଗଲରେ ଛାଡି ଦେଇ ଚାଲି ଯାଇଥିଲା ଅଭିଯୁକ୍ତ।ପରେ ଗାଁ ଲୋକ ପୀଡିତାକୁ ଜଂଗଲରୁ ଉଦ୍ଧାର କରିଥିଲେ ବି ଅଭିଯୁକ୍ତ ଏହି ଘଟଣା ପରେ ଫେରାର ହୋଇ ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.