ପୁଣି ଜୀବନ ହାରିଲେ ଦୁଷ୍କର୍ମ ପୀଡିତା

Published By : Prameya-News7 Bureau | May 24, 2018 IST

ସମ୍ବଲପୁର ଶାସନ ଗାଁରେ ଗଣଦୁଷ୍କର୍ମ ଶିକାର ହୋଇଥିବା ନାବାଳିକାଙ୍କ ଆତ୍ମହତ୍ୟା । ଗତ ୪ତାରିଖ ସଂଧ୍ୟାରେ ଏହି ନବମ ଶ୍ରେଣୀ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ନାବାଳିକା ଜଣଙ୍କ ଦୋକାନରୁ ଘରକୁ ଫେରୁଥିବା ବେଳେ ୬ଜଣ ଦୁର୍ବୃତ୍ତ ତାଙ୍କୁ ଦୁଷ୍କର୍ମ କରିଥିଲେ । ପ୍ରଥମେ ଜଣେ ଦଶମଶ୍ରେଣୀ ଛାତ୍ର ତାକୁ ବଳପୂର୍ବକ ଦୁଷ୍କର୍ମ କରିଥିଲା । ପରେ ଆଉ ୫ଜଣ ମିଶି ନାବାଳିକାଙ୍କୁ ଜଙ୍ଗଲରେ ଦୁଷ୍କର୍ମ କରିଥିଲେ । ପୀଡିତାଙ୍କୁ ମୂମୁର୍ଷୁ ଅବସ୍ଥାରେ ଛାଡ଼ି ଚାଲି ଯାଇଥିଲେ । ଘଟଣା ସଂପର୍କରେ ଶାସନ ଥାନାରେ ପୀଡିତା ଲିଖିତ ଅଭିଯୋଗ କରିବା ପରେ ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି । ଘଟଣା ପରଠାରୁ ନାବାଳିକାଙ୍କ ପରିବାର ଗାଁ ଛାଡି ପଳାଇଥିଲେ । କିଛି ଦିନ ତଳେ ଗାଁକୁ ଫେରିବା ପରେ ପୀଡିତା ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.