ଚକୋଲେଟ ଦେବା ବାହାନାରେ ସାଢେ ୩ ବର୍ଷ ଶିଶୁ ସହ ଦୁଷ୍କର୍ମ କଲା ୬୦ ବର୍ଷ ବୟସ୍କ ବୃଦ୍ଧ

Published By : Prameya-News7 Bureau | January 23, 2019 IST

ନୋଏଡା ୨୩/୧ : ନୋଏଡା ସଦରପୁର ଅଂଚଳରେ ଘଟିଛି ଅଭାବନୀୟ ଘଟଣା | ଜଣେ ୬୦ ବର୍ଷ ବୟସ୍କ ବୃଦ୍ଧ ଏକ ସାଢେ ତିନି ବର୍ଷ ଶିଶୁକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି | ଶିଶୁ କାନ୍ଦି କାନ୍ଦି ଘରକୁ ଯାଇ ମିନା ମା'କୁ ସବୁ କଥା କହିଥିଲା | ଶିଶୁର କଥା ଶୁଣି ପରିବାର ଲୋକେ ବୃଦ୍ଧକୁ ନିରଧୂମ ଛେଚିଥିଲେ ଏବଂ ପରେ ପୋଲିସକୁ ହସ୍ତାନ୍ତର କରିଥିଲେ | ସେକ୍ଟର-୩୯ ଥାନା ପୋଲିସ ଅଭିଯୁକ୍ତ ବୃଦ୍ଧକୁ ଗିରଫ କରିଛି | ବୃଦ୍ଧ ବିରୋଧରେ ପୋକସୋ ଆକ୍ଟରେ ମାମଲା ରୁଜ୍ଜୁ ହୋଇଛି |


ସୂଚନାଯୋଗ୍ୟ ଯେ, ପୀଡିତାଙ୍କ ପରିବାର ସଦରପୁରରେ ଘର ଭଡା ନେଇ ରହୁଛନ୍ତି | ସୋମବାର ସକାଳ ପ୍ରାୟ ୧୧ଟା ବେଳେ ଶିଶୁଟି ଘର ବାହାରେ ଖେଳୁଥିଲା | ସେତେବେଳେ ପଡୋଶୀରେ ରହୁଥିବା ୬୦ ବର୍ଷ ବୟସ୍କ ଆକବର ଅଲି ଶିଶୁକୁ ଚକୋଲେଟ ଦେବା ବାହାନାରେ ନିଜ ପାଖକୁ ଡାକିଥିଲା | ନିରିମାୟା ଶିଶୁଟି ଚକୋଲେଟ ପାଇଁ ବୃଦ୍ଧ ପାଖକୁ ଯିବାରୁ ବୃଦ୍ଧ ଶିଶୁକୁ ଘର ଭିତରକୁ ନେଇଯାଇଥିଲା | ଏହାପରେ ଶିଶୁକୁ ଚକୋଲେଟ ଏବଂ ମିଠା ଖାଇବାକୁ ଦେଇ ଶିଶୁ ସହ ଦୁଷ୍କର୍ମ କରିଥିଲା |


ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ଆକବର ଅଲ୍ଲୀର ଘର ପଶ୍ଚିମବଙ୍ଗରେ | ସଦରପୁରରେ ସେ ନିଜ ଝିଅ ଓ ଜ୍ୱାଇଁଙ୍କ ସହ ରହୁଥିଲା | ଉଭୟ ଝିଅ ଜ୍ୱାଇଁ ଚାକିରୀ କରନ୍ତି | ପ୍ରତିଦିନ ସକାଳୁ ଝିଅ ଜ୍ୱାଇଁ କାର୍ଯ୍ୟକ୍ଷେତ୍ରକୁ ଚାଲିଯାନ୍ତି | ଅଭିଯୁକ୍ତ ଘରେ ଏକା ଥାଏ | ଘରେ ଏକା ଥିବା ବେଳେ ବୃଦ୍ଧ ଶିଶୁକୁ ଏକୁଟିଆ ପାଇ ତା ସହ ଦୁଷ୍କର୍ମ କରିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.