ପୁଣି ନାବାଳିକାକୁ ଦୁଷ୍କର୍ମ :ନା ମାନେ ନା
7/06/2018 at 9:34 AM

ପୁଣି ନାବାଳିକାକୁ ଟାର୍ଗେଟ୍ କରିଛନ୍ତି ଦୁର୍ବୃତ୍ତ । ୧୪ବର୍ଷୀୟା ନାବାଳିକାକୁ ଜବରଦସ୍ତି ନିଶା ପିଆଇ ଗଣଦୁଷ୍କର୍ମ କରିଛନ୍ତି କାମାନ୍ଧ । ନାବାଳିକାକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଭିଯେ।ଗ ଆସିଛି ଛତିଶଗଡ ଯଶପୁର ଅଞ୍ଚଳରୁ । ଏକ ବାହାଘର ଭେ।ଜିରେ ନାଚୁଥିବା ବେଳେ ନାବାଳିକା ଉପରେ ପଡିଥିଲା କାମୁକଙ୍କ ନଜର । ଝିଅଟି ଭେ।ଜିରୁ ବାହାରିବା ମାତ୍ରେ ତା ଉପରେ ଝାମ୍ପି ପଡିଥିଲେ କାମୁକ ।
ମୁହଁରେ କପଡା ଗୁଡାଇ ଉଠାଇ ନେଇଥିଲେ । ଏକ ନିଛାଟିଆ ଜାଗାକୁ ଟେକି ନେଇ ଜବରଦସ୍ତି ମଦ ପିଆଇଥିଲେ । ତା ପରେ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । ନାବାଳିକାଟି ବେହେ।ଶ ହେ।ଇଯିବା ପରେ ଘଟଣାସ୍ଥଳରେ ତାକୁ ଫିଙ୍ଗି ଦେଇ ଫେରାର୍ ହେ।ଇଯାଇଥିଲେ ଦୁର୍ବୃତ୍ତ । ଗାଁର ଜଣେ ଲେ।କ ନାବାଳିକାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଘର ଲେ।କଙ୍କୁ ଖବର ଦେଇଥିଲା । ହେ।ସ୍ ଆସିବା ପରେ ଘଟଣା ସମ୍ପର୍କରେ ମା’କୁ କହିଥିଲା ପୀଡିତା । ଏହା ପରେ ଥାନାରେ ଏତଲା ଦିଆଯାଇଥିଲା । ତେବେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପେ।ଲିସ ।