ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

କଟକରେ ନାବାଳିକାକୁ ନାବାଳକର ଦୁଷ୍କର୍ମ ଉଦ୍ୟମ – ଅଭିଯୁକ୍ତ ଥାନାରେ ଅଟକ

7/12/2019 at 4:58 PM

କଟକ ୦୭।୧୨ – କଟକ ଖାନନଗର ନିକଟରେ ଥିବା ବିଶ୍ବନାଥ ପଣ୍ଡିତ କେନ୍ଦ୍ରିୟ ପାଠାଗାର ନିକଟରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ । ଅଭିଯୁକ୍ତ ନାବାଳକକୁ ଧରି ପୋଲିସ ଜିମା ଦେଇଛନ୍ତି ଲୋକ । ଘଟଣାର ଅଧିକ ତଦନ୍ତ ଚଳାଇଛି ପୋଲିସ ।

କଟକରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ । କମଳା ଦେବାର ଲୋଭ ଦେଖାଇ କୁନି ଝିଅ ସହ ଦୁର୍ଷର୍ମ ଉଦ୍ୟମର ଅଭିଯୋଗ ହୋଇଛି । ଖାନନଗର ସ୍ଥିତି କେନ୍ଦ୍ରୀୟ ପାଠାଗାର ନିକଟରେ ଏଭଳି ଉଦ୍ୟମ କରିଥିଲା ଅଭିଯୁକ୍ତ । ତେବେ ଝିଅର କାନ୍ଦ ଶୁଣି ପାଠାଗାରରେ ଥିବା ଛାତ୍ରଛାତ୍ରୀ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ । ଫଳରେ ତାଙ୍କୁ ଉଦ୍ଧାର କରାଯାଇ ପାରିଥିଲା । ଏହା ସହ ସଂପୃକ୍ତ ଅଭିଯୁକ୍ତଙ୍କୁ ମଧ୍ୟ କାବୁ କରି ବାଦାମବାଡ଼ି ଥାନା ପୋଲିସ ଜିମାରେ ଦେଇଛନ୍ତି ଲୋକେ । ତେବେ ଅଭିଯୁକ୍ତ ଜଣକ ମଧ୍ୟ ନାବାଳକ ବୋଲି ଜଣାପଡ଼ିଛି ।
ପୋଲିସ ଅଭିଯୁକ୍ତ ନାବାଳକକୁ ଅଟକ ରଖିବା ସହ ନାବାଳିକାକୁ ପଚରାଉଚରା କରିଛି । ଉଭୟଙ୍କର ମେଡିକାଲ ପରୀକ୍ଷା କରାଯାଇଛି । ଏହି ଘଟଣାକୁ ନେଇ ବାଦାମବାଡି ଥାନା ପରିସରରେ ଶତାତଧିକ ଛାତ୍ରଛାତ୍ରୀ ଙ୍କ ଭିଡ ଜମିଥିଲା। ସେପଟେ ଅଭିଯୁକ୍ତ ନାବାଳକର ମା କହିଛନ୍ତି ତାଙ୍କ ପୁଅ ଜଣେ ମାନସିକ ରୋଗୀ ।

ଦୁଷ୍କର୍ମକୁ ନେଇ ଏବେ ସାରା ଦେଶ ରେ ଅସନ୍ତୋଷ ଲାଗି ରହିଥିବା ବେଳେ କଟକର ଏହି ଘଟଣାକୁ ନେଇ ସମସ୍ତ ଙ୍କ ମନରେ ମଧ୍ୟ ଅସନ୍ତୋଷ ଦେଖାଦେଇଛି

   Related Posts