ଚଳନ୍ତା ଟ୍ରେନ୍‌ରୁ ମୋବାଇଲ୍ ଲୁଟୁଥିଲେ କଲିକତାର ନାବାଳକ, ଭଦ୍ରକ ଆରପିଏଫ ହାତରେ ଧରାପଡିଲେ

Published By : Prameya-News7 Bureau | June 30, 2021 IST

ଭଦ୍ରକ ୩୦।୬: ଭଦ୍ରକ ରେଳ ଷ୍ଟେସନରୁ ଗିରଫ ହେଲେ ଜଣେ ଆନ୍ତଃରାଜ୍ୟ ମୋବାଇଲ ଲୁଟେରା । ଗିରଫ ଅଭିଯୁକ୍ତଠାରୁ ୯ଟି ନାମିଦାମୀ ମୋବାଇଲ୍ ଫୋନ୍ ଜବତ କରିଛି ରେଳବାଇ ସୁରକ୍ଷା ବଳ ପୋଲିସ ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରାତିରେ ଭଦ୍ରକ ରେଳ ଷ୍ଟେସନରେ ଜଣେ ଯୁବକ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ବେଳେ ଆରପିଏଫ୍ ପୋଲିସର ନଜର ପଡିଥିଲା । ପରେ ଯୁବକ ଜଣଙ୍କୁ ପଚରା ଉଚରା କରି ଯାଞ୍ଚ କରିବାରୁ ୯ଟି ନାମିଦାମୀ ମୋବାଇଲ୍ ଫୋନ୍ ଜବତ ହୋଇଥିଲା । ଅଭିଯୁକ୍ତ ଜଣଙ୍କ  ବହୁ ଦିନ ଧରି ଚଳନ୍ତା ଟ୍ରେନରେ ଯାତ୍ରୀଙ୍କଠାରୁ ମୋବାଇଲ୍ ଫୋନ୍ ଚୋରି କରିଆସୁଥିଲା । ବିଶେଷ କରି କୋଲକାତାଠାରୁ ଭଦ୍ରକ ଭିତରେ ଯାତ୍ରୀଙ୍କଠାରୁ ଲୁଟେରାମାନେ ଲୁଟୁଥିଲା । ଲୁଟେରା ଜଣକ ନାବାଳକ ହୋଇଥିବା ବେଳେ ତା ଘର ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ଜିଲ୍ଲାର ବୋଲି ଜଣାପଡ଼ିଛି । ତେବେ ଅଭିଯୁକ୍ତ ଜଣଙ୍କୁ କୋର୍ଟ ଚାଲାଣ କରିବା ସହିତ  ଆରପିଏଫ୍ ପକ୍ଷରୁ ଏ ନେଇ ଅଧିକ ତଦନ୍ତ କରାଯାଉଥିବା କହିଛନ୍ତି ଇନ୍ସପେକ୍ଟର ବିକାଶ ରଞ୍ଜନ ସିଂହ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.