ଢେଙ୍କାନାଳ କଳ୍ପକରୁ ଆଶ୍ରମରୁ ନିଖୋଜ ବାଳକ ମିଳିଲା, ବେଆଇନ ଭାବେ ଚାଲିଥିବା ଆଶ୍ରମରୁ ୩୦ ଶିଶୁ ଉଦ୍ଧାର, ବାବା ଫେରାର

Published By : Prameya-News7 Bureau | January 25, 2019 IST

ଢେଙ୍କାନାଳ୨୫|୧: ପୁଣି ଢେଙ୍କାନାଳରେ  ବେଆଇନ୍ ଆଶ୍ରମ । ଆଶ୍ରମରେ ଶିଶୁଙ୍କୁ ନିର୍ଯାତନା । ନିର୍ଯାତନା ଅସହ୍ୟ ହେବାରୁ ଜଣେ ଶିଶୁ ନିଖୋଜ ହେବା ପରେ ଆଶ୍ରମରେ ଚଡାଉ କରିଛି ପୋଲିସ ଓ ସିଡବ୍ଲୁସି । ୩୦ରୁ ଅଧିକ ଶିଶୁଙ୍କ ଉଦ୍ଧାର କରାଯାଇଥିବା ବେଳେ ଆଶ୍ରମର ବାବା ଫେରାର ହୋଇଯାଇଛି । ସେପଟେ ବହୁ ଖୋଜାଖୋଜି ପରେ ଶିଶୁଟିକୁ ଉଦ୍ଧାର କରାଯାଇଛି ।

{"id":77979}

ଢେଙ୍କାନାଳରେ ପୁଣି ବେଆଇନ ଆଶ୍ରମ । ପୁଣି  ଶିଶୁ ନିର୍ଯାତନା । ନିର୍ଯାତନା ସହିନପାରି ଆଶ୍ରମରୁ ଶିଶୁ ନିଖୋଜ । ଏଭଳି ଘଟଣା ଢେଙ୍କାନାଳ ସହର ଉପକଣ୍ଠ କଣ୍ଟେଇକୋଳିଆ କଳ୍ପତରୁ ଆଶ୍ରମରେ ଦେଖିବାକୁ ମିଳିଛି । ଗତ କିଛି ବର୍ଷ ହେଲା ଏଠାରେ ବାବା ମୁରାରୀ ଦାସ ଓରଫ ମୃତ୍ୟୁଞ୍ଜୟ ପାଣିଗ୍ରାହୀ ବେଆଇନ ଭାବେ ଆଶ୍ରମ ଚଳାଇବା ସହ ୩୦ରୁ ଅଧିକ ପିଲାଙ୍କୁ ପାଠ ପଢାଇବା ନାଁରେ ରଖି ଆସୁଛି ।

{"id":77982}

ଗରିବ ଶ୍ରେଣୀର ଏହି ପିଲାଙ୍କୁ ଘର କାମ, ଆଶ୍ରମ କାମରେ ଲଗାଉଥିଲା ବାବା । କଥା ନମାନିଲେ ସେମାନଙ୍କୁ ଅକଥନୀୟ ଶାରିରୀକ ନିର୍ଯାତନା ଦିଆଯାଉଥିଲା । ନିର୍ଯାତନା ଅସହ୍ୟ ହେବାରୁ ଜଣେ ୧୦ ବର୍ଷର ବାଳକ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସିଡବ୍ଲୁସି ସହାୟତାରେ ଆଶ୍ରମରେ ଚଡାଉ କରଥିଲା ।

{"id":77980}

ବହୁ ଖୋଜାଖୋଜି ପରେ ନିଖୋଜ ଶିଶୁଟିକୁ ଢେଙ୍କାନାଳ ଶ୍ୟାମାଚରଣପୁରରୁ ଉଦ୍ଧାର କରାଯାଇଛି । ତାକୁ ଅକଥନୀୟ ନିର୍ଯାତନା ଦିଆଯାଇଥିବା ତା ଶରୀରରେ ଥିବା ମାଡ ଚିହ୍ନରୁ ସ୍ପଷ୍ଟ ହେଉଛି । ସେପେଟ ଆଶ୍ରମରେ ଚଢଉ ପରେ ବାବା ମୁରାରୀ ଦାସ ଫେରାର ହୋଇଯାଇଛି ।

{"id":77985}

ଉଦ୍ଧାର ଶିଶୁମାନଙ୍କୁ ଜିଲ୍ଲା ପ୍ରଶାସନ ସିଡବ୍ଲୁସି ସହାୟତାରେ ଥଇଥାନ ପାଇଁ ଉଦ୍ୟମ ଆରମ୍ଭ କରିଛି । କିଛି ଅଭିଭାବକ ସେମାନଙ୍କ ପିଲାଙ୍କୁ ସେଠାରେ ନେଇ ଯାଇଛନ୍ତି ।  

{"id":77981}

ପୂର୍ବରୁ ମଧ୍ୟ ବାବା ମୁରାରୀ ଦାସ ନାଁରେ ଶିଶୁଙ୍କୁ ନିର୍ଯାତନା ଦିଆଯାଉଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ହେଲେ ପୋଲିସ କି ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ।

{"id":77983}

ସେପଟେ ଜିଲ୍ଲାର ବେଲଟିକିରି ଶିଶୁ ନିର୍ଯାତନା ଓ ଧର୍ମାନ୍ତିକରଣ ଘଟଣା ହେଉ କି ଆଶ୍ରମ ସ୍କୁଲରେ ନାବାଳିକା ମା ହେବା ଘଟଣା । କିମ୍ବା ଗୋଆରେ ଶିଶୁ ବିକ୍ରି ଘଟଣା । ଗରିବ ଶ୍ରେଣୀର ଶିଶୁଙ୍କୁ ଏଥିପାଇଁ ଟାର୍ଗେଟ୍‌ କରାଯାଉଥିବାରୁ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି ।

{"id":77984}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.